www.samajalive.in
Monday, December 8, 2025
14.1 C
Bhubaneswar

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା କଡ଼ରେ ଅନେକ ଗରିବ ଓ ଭୂମିହୀନ ପରିବାର ରହିଆସୁଛନ୍ତି l ସେମାନଙ୍କର ନିଜସ୍ୱ ରୟତି ଚାଷଜମି କି ଘରବାଡ଼ି ନାହିଁ l ନିଜର ଜୀବିକା ନିର୍ବାହ ପାଇଁ ନିକଟବର୍ତ୍ତୀ ଅଂଚଳ ଉପରେ ନିର୍ଭରଶୀଳ l ବର୍ତ୍ତମାନ ଓଡିଶା ସରକାରଙ୍କର ଗୋଡ଼ଭଗାରୁ ତୁରୁମ ରାସ୍ତାର ସମ୍ପ୍ରସାରଣ କାମ ପାଇଁ ସେମାନଙ୍କର ଘର ଗୁଡିକ ଭାଙ୍ଗିବା ପାଇଁ ନୋଟିସ ଲାଗିସାରିଛି ଓ ଆଉ ଅଳ୍ପଦିନରେ ସେମାନଙ୍କର ଘରଗୁଡିକ ଭଙ୍ଗାଯିବାକୁ ଥିବାରୁ ସେମାନଙ୍କ ରହିବାପାଇଁ ବିକଳ୍ପ ବ୍ୟବସ୍ଥା ନ ଥିବାରୁ ଘରେ ଥିବା ବୃଦ୍ଧ, ବୃଦ୍ଧା ଓ ଛୋଟ ଶିଶୁ ମାନେ ଅନେକ ସମସ୍ୟାର ସମ୍ମୁଖୀନ ହେବା ସହ ବାସହୀନ ହେବା ସହ ବହୁ କଷ୍ଟ ଭୋଗିବେ l ଉନ୍ନୟନ କାମକୁ ସମର୍ଥନ ଜଣାଇ ରାସ୍ତା ସମ୍ପ୍ରସାରଣ ପାଇଁ ବିସ୍ଥାପିତ ବାସହୀନ ଭୂମିହୀନ ପରିବାର ଆଗରୁ ବିକଳ୍ପ ସମାଧାନ ପାଇଁ ଅନ୍ୟତ୍ର ଜମି ଚିହ୍ନଟ ସହ ସ୍ଥାୟୀ ଗୃହ ଅଧିକାର ପଟ୍ଟା ପ୍ରଦାନ ସହ ସେମାନଙ୍କୁ ପୁନଃସ୍ଥାପନ କରିବା ପାଇଁ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଓ ତହସିଲଦାରଙ୍କୁ ଦାବିପତ୍ର ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଜବାବ ମିଳିପାରିନାହିଁ l ସେଥିପାଇଁ ଆଜି ଏହି ବିଷୟରେ ମାନ୍ୟବ୍ୟର ଓଡିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯୟ ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ ମହୋଦୟଙ୍କୁ ଭେଟି ସେମାନଙ୍କର ପୁନଃର୍ବାସ ନିମନ୍ତେ ସ୍ଥାୟୀ ଗୃହଅଧିକାର ପଟା ପ୍ରଦାନ ପାଇଁ ଏକ ଦାବିପତ୍ର ଦେଇଥିଲେ l ବିସ୍ଥାପିତ ହେବାକୁଥିବା ପରିବାରଙ୍କୁ ସମର୍ଥନ ଜଣାଇ ମା ମାହେଶ୍ୱରୀ ସେନାର ପ୍ରତିନିଧି କୁବେର ମହାକୁର, କ୍ଷୀରେଶ୍ୱର ପ୍ରଧାନ ପ୍ରମୁଖ ଦାବିପତ୍ର ଦେବା ସମୟରେ ଉପସ୍ଥିତ ଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories