www.samajalive.in
Wednesday, December 10, 2025
23.1 C
Bhubaneswar

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା କଡ଼ରେ ଅନେକ ଗରିବ ଓ ଭୂମିହୀନ ପରିବାର ରହିଆସୁଛନ୍ତି l ସେମାନଙ୍କର ନିଜସ୍ୱ ରୟତି ଚାଷଜମି କି ଘରବାଡ଼ି ନାହିଁ l ନିଜର ଜୀବିକା ନିର୍ବାହ ପାଇଁ ନିକଟବର୍ତ୍ତୀ ଅଂଚଳ ଉପରେ ନିର୍ଭରଶୀଳ l ବର୍ତ୍ତମାନ ଓଡିଶା ସରକାରଙ୍କର ଗୋଡ଼ଭଗାରୁ ତୁରୁମ ରାସ୍ତାର ସମ୍ପ୍ରସାରଣ କାମ ପାଇଁ ସେମାନଙ୍କର ଘର ଗୁଡିକ ଭାଙ୍ଗିବା ପାଇଁ ନୋଟିସ ଲାଗିସାରିଛି ଓ ଆଉ ଅଳ୍ପଦିନରେ ସେମାନଙ୍କର ଘରଗୁଡିକ ଭଙ୍ଗାଯିବାକୁ ଥିବାରୁ ସେମାନଙ୍କ ରହିବାପାଇଁ ବିକଳ୍ପ ବ୍ୟବସ୍ଥା ନ ଥିବାରୁ ଘରେ ଥିବା ବୃଦ୍ଧ, ବୃଦ୍ଧା ଓ ଛୋଟ ଶିଶୁ ମାନେ ଅନେକ ସମସ୍ୟାର ସମ୍ମୁଖୀନ ହେବା ସହ ବାସହୀନ ହେବା ସହ ବହୁ କଷ୍ଟ ଭୋଗିବେ l ଉନ୍ନୟନ କାମକୁ ସମର୍ଥନ ଜଣାଇ ରାସ୍ତା ସମ୍ପ୍ରସାରଣ ପାଇଁ ବିସ୍ଥାପିତ ବାସହୀନ ଭୂମିହୀନ ପରିବାର ଆଗରୁ ବିକଳ୍ପ ସମାଧାନ ପାଇଁ ଅନ୍ୟତ୍ର ଜମି ଚିହ୍ନଟ ସହ ସ୍ଥାୟୀ ଗୃହ ଅଧିକାର ପଟ୍ଟା ପ୍ରଦାନ ସହ ସେମାନଙ୍କୁ ପୁନଃସ୍ଥାପନ କରିବା ପାଇଁ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଓ ତହସିଲଦାରଙ୍କୁ ଦାବିପତ୍ର ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଜବାବ ମିଳିପାରିନାହିଁ l ସେଥିପାଇଁ ଆଜି ଏହି ବିଷୟରେ ମାନ୍ୟବ୍ୟର ଓଡିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯୟ ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ ମହୋଦୟଙ୍କୁ ଭେଟି ସେମାନଙ୍କର ପୁନଃର୍ବାସ ନିମନ୍ତେ ସ୍ଥାୟୀ ଗୃହଅଧିକାର ପଟା ପ୍ରଦାନ ପାଇଁ ଏକ ଦାବିପତ୍ର ଦେଇଥିଲେ l ବିସ୍ଥାପିତ ହେବାକୁଥିବା ପରିବାରଙ୍କୁ ସମର୍ଥନ ଜଣାଇ ମା ମାହେଶ୍ୱରୀ ସେନାର ପ୍ରତିନିଧି କୁବେର ମହାକୁର, କ୍ଷୀରେଶ୍ୱର ପ୍ରଧାନ ପ୍ରମୁଖ ଦାବିପତ୍ର ଦେବା ସମୟରେ ଉପସ୍ଥିତ ଥିଲେ ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories