www.samajalive.in
Monday, November 17, 2025
17.1 C
Bhubaneswar

ବାଲେଶ୍ବରରେ ରାତ୍ରିକାଳୀନ କଟକଣା, ରାତି ୧୦ରୁ ସକାଳ ୬ ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ

ବାଲେଶ୍ୱର: ଉତ୍ତେଜନାପୂର୍ଣ୍ଣ ସ୍ଥିତି ଯୋଗୁଁ କଟକରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିବାବେଳେ ବାଲେଶ୍ବର ସହରରେ ଆଜି ରାତି ୧୦ଟାରୁ ସମସ୍ତ ଦୋକାନ ବଜାର ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ନିକଟ ଅତୀତରେ ସହରର ଏକ ମସଜିଦରେ ଲାଇଟ ଭଙ୍ଗା ଓ ପତାକା ଛିଣ୍ଡାଇବା ଘଟଣାକୁ ନେଇ ପୁଲିସ-ପ୍ରଶାସନ ଏହି ପଦକ୍ଷେପ ନେଇଛି କି ବୋଲି ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାହିଁକି ନା ଏବେ ବି ସହରର ପୁଲବଜାର ସମେତ ସୁନହଟ, ଗୋଳାପୋଖରୀ ପ୍ରଭୃତି ଅଞ୍ଚଳରେ ୯ ପ୍ଲାଟୁନ ପୁଲିସ ଓ ଫୋର୍ସ ମୁତୟନ ଅଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପରୋକ୍ଷରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି କି ବୋଲି ପ୍ରଶ୍ନ ଉଠିଛି।

ତେବେ ଏ ସମ୍ପର୍କରେ ଜିଲା ଆରକ୍ଷୀ ଅଧୀକ୍ଷକ ପ୍ରତ୍ୟୁଷ ଦିବାକରଙ୍କୁ ପଚାରିବାରୁ ସେ ନାଇଟ କର୍ଫ୍ୟୁକୁ ଅସ୍ବୀକାର କରିଛନ୍ତି। ଗତକାଲି ପାଟ୍ରୋଲିଂବେଳେ ରାତି ୧୨ଟା ପରେ ବି ସହରର କିଛି ଅଞ୍ଚଳରେ ଦୋକାନ ଖୋଲା ରହିବା ସାଙ୍ଗକୁ ଲୋକେମାନେ ରୁଣ୍ଡ ହେଉଥିବା ଲକ୍ଷ୍ୟ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଏହି ରାତ୍ରିକାଳୀନ କଟକଣା ଲଗାଯାଇଛି। କିଛିଦିନ ପାଇଁ ଏହି କଟକଣା ରହିବ ବୋଲି ଏସପି ଶ୍ରୀ ଦିବାକର ସୂଚନା ଦେଇଛନ୍ତି। ଜିଲାପାଳଙ୍କ ନିର୍ଦେଶ ଆଧାରରେ ଏହା ଘୋଷଣା କରାଯାଇଥିବାବେଳେ ଏହାକୁ ନେଇ ଆତଙ୍କିତ ନ ହେବାକୁ ସେ ସହରବାସୀଙ୍କୁ ନିବେଦନ କରିଛନ୍ତି।

Hot this week

ଖସୁଛି ପାରଦ, ବଢ଼ୁଛି ଜାଡ଼

ଭୁବନେଶ୍ବର/ଘୁ. ଉଦୟଗିରି: ସାରା ରାଜ୍ୟରେ ସଞ୍ଜ ନଇଁବା ମାତ୍ରେ ମାଡ଼ି ଆସୁଛି...

ରୋହିଣୀଙ୍କୁ ଚପଲ ଫିଙ୍ଗିଲେ ତେଜସ୍ବୀ

ପାଟନା: ବିହାର ନିର୍ବାଚନରେ ଲାଲୁପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର...

ଆଗକୁ ରାଜ୍ୟସଭା ନିର୍ବାଚନ: ମୋହନଙ୍କ ପାଇଁ ଆହ୍ବାନ

ଭୁବନେଶ୍ବର: ଡବଲ ଇଞ୍ଜିନ ସରକାରଙ୍କ ୧୭ ମାସର ଶାସନ ପରେ ବିଜେପି...

ବାଂଲାଦେଶରେ ହାଇଆଲର୍ଟ: ହାସିନାଙ୍କ ବିରୋଧରେ ଆଜି ଆସିବ ରାୟ

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରେ ଉତ୍ତେଜନା ଯୋଗୁଁ ହାଇଆଲର୍ଟ ଜାରି କରାଯାଇଛି...

ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ

ମାଲକାନଗିରି: ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଦୁଲାଗଣ୍ଡି ଗ୍ରାମ ନିକଟରୁ...

Related Articles

Popular Categories