www.samajalive.in
Thursday, November 13, 2025
25.1 C
Bhubaneswar

  ଅଟୋରୁ ଟାଣିନେଇ ବିବାହିତା ମହିଳାଙ୍କୁ ଅସଦାଚରଣ ଅଭିଯୋଗ

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ଅଟୋରୁ ଜଣେ ବିବାହିତା ଦଳିତ ମହିଳାଙ୍କୁ ଟାଣି ନେଇ ଅସଦାଚରଣ କରାଯାଇଥିବା ନେଇ ପିପିଲି ପୁଲିସରେ ଲିଖିତ ଅଭିଯୋଗ ହୋଇଛି। ବିଭିନ୍ନ ସଂଗୀନ ଦଫାରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି l ଅଭିଯୁକ୍ତର ଧମକରେ ପିଡୀତା ମହିଳା ଜଣକ ଭୟଭୀତ ଅବସ୍ଥାରେ ଥିବା ସୂଚନା ମିଳିଛି l
ଅଭିଯୋଗ ଅନୁଯାଇ, ଡେଲାଙ୍ଗ ଥାନା ଅଞ୍ଚଳର ୩୦ବର୍ଷୀୟା ଏହି ବିବାହିତା ମହିଳା ଜଣକ ପିପିଲି ଥାନା ଅନ୍ତର୍ଗତ ଉତ୍ତରା ବଜାର ନିକଟରେ ଏକ ସଂସ୍ଥାରେ କାମ କରନ୍ତି l ଦୈନିକ ସେ ନିଜ ଘର ଠାରୁ କର୍ମସ୍ଥଳକୁ ଯିବାଆସିବା କରିଥାନ୍ତି । ଗତ ଶୁକ୍ରବାର ସେ କାମ ସାରି ସବୁଦିନ ପରି ଅଟୋରେ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ଯୁବକ ଜଣକ ତାଙ୍କୁ ପିଛା କରି ଗୁଡିଆପୋଖରୀ ଓ ଦଇସିପାଟଣା ମଧ୍ୟବର୍ତୀ ସ୍ଥାନରେ ଅଟୋକୁ ଅଟକାଇଥିଲl । ଅଟୋରୁ ତାଙ୍କୁ ଟାଣି ନେଇ ରାଜରାସ୍ତାରେ ଅସଦାଚରଣ କରିବା ସହ ଗାଳିଗୁଲଜ ସହ ବିଭିନ୍ନ ଧମକଚମକ ଦେଇଥିଲା ବୋଲି ପିଡୀତା ପିପିଲିଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ପୁଲିସରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି l

Hot this week

ସମ୍ପାଦକୀୟ : ଓଡ଼ିଶାରେ ମାଣ୍ଡିଆ ଗ୍ରାମ

ପାହାଡ଼ ଗାଁରେ ମାଣ୍ଡିଆ ଚାଷ, ସୂରୁଯ ଉଇଁଲେ ଆସଇ ହସ। ଏ...

ସମ୍ପାଦକୀୟ : ପାକିସ୍ତାନୀ ମିଛ , ପୁରୁଣା ଅଭ୍ୟାସର ପୁନରାବୃତ୍ତି

ନିକଟରେ ଦିଲ୍ଲୀର ଲାଲକିଲା ପାଖରେ ହୋଇଥିବା ବିସ୍ଫୋରଣର ଠିକ୍ ପରେ ପରେ...

ସମ୍ପାଦକୀୟ : ଆତଙ୍କବାଦୀ ଓ ତାଙ୍କ ସମର୍ଥକଙ୍କୁ କଠୋର ଦଣ୍ଡ ଦିଆଯାଉ

ଆତଙ୍କବାଦୀ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଲୋକଙ୍କ ବିରୋଧରେ ଆମର ସୁରକ୍ଷା...

ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର ମୁଖ୍ୟ ପରୀକ୍ଷା ବାତିଲ

ଏଏସ୍‌ଓ ମୁଖ୍ୟ ପରୀକ୍ଷା ବାତିଲ କଟକ, ୧୨ା୧୧ (ନି.ପ୍ର): ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌...

Related Articles

Popular Categories