ପଟ୍ଟାମୁଣ୍ଡାଇ : ଆଜି ବ୍ରାହ୍ମଣୀ ବନ୍ୟାରେ ବିପନ୍ନ ଶ୍ରୀରାମପୁର ପଂଚାୟତରେ ଏକ ଅଭାବନୀୟ ଦୁଖଦଃ ଘଟଣା ଘଟିଛି । ଶ୍ରୀରାମପୁର ପଂଚାୟତ ପାଳପାଟଣା ଗ୍ରାମର ଦୀନବନ୍ଧୁ ଧଳ (୬୫) ବନ୍ୟା ଜଳରେ ବୁଡି ଯାଇ ପ୍ରାଣ ହରାଇଛନ୍ତି । ବନ୍ୟା ସ୍ରୋତରେ ଭାସି ଯାଉଥିବା ପ୍ରତାପ ସାହୁ ନାମକ ଜଣେ ବ୍ୟକ୍ତିକୁ ଉଦ୍ଧାର କରିବାକୁ ଯାଇ ବନ୍ୟାର ପ୍ରଖର ସ୍ରୋତରେ ପଡି ବନ୍ୟା ପାଣିରେ ବୁଡି ଯାଇ ଦୀନବନ୍ଧୁ ମୃତ୍ୟୁବରଣ କରିଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ବନ୍ୟା ବିପନ୍ନ ଶ୍ରୀରାମପୁର ପଂଚାୟତ ପାଳପାଟଣାରେ ପହଂଚି ବନ୍ୟାରେ ମୃତ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିବା ସହିତ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କ ଠାରେ ଦାବି କରିଥିଲେ । ରାଜନଗର ବିଧାୟକ ଧ୍ରୁବ ସାହୁ, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, କିଶୋର ତରାଇ ଓ ଡ଼ ଅଲେଖ ଜେନା ପ୍ରମୁଖ ବନ୍ୟାରେ ବୁଡି ମୃତ୍ୟୁ ଖବର ପାଇ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତ ପରିବାରକୁ ସମସ୍ତ ସରକାରୀ ସହାୟତା ପାଇଁ ସରକାରଙ୍କ ଠାରେ ଦାବି କରିଛନ୍ତି । ବନ୍ୟାରେ ବୁଡି ଯାଇ ପାଳପାଟଣା ଗ୍ରାମର ଦୀନବନ୍ଧୁ ଧଳଙ୍କ ମୃତ୍ୟୁ ଘଟଣା ସମଗ୍ର ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି । ଖବର ପାଇ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଅଗ୍ନିଶମ ବାହିନୀ ସହାୟତାରେ ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ଆଳି ଡାକ୍ତରଖାନା ପଠାଇଛି ।
Popular Categories



