www.samajalive.in
Wednesday, December 10, 2025
18.1 C
Bhubaneswar

କରୋନା ଲକ୍ଷଣ ଥିଲେ ରଥଯାତ୍ରା ନ ଯିବାକୁ ପରାମର୍ଶ

ଭୁବନେଶ୍ୱର: ଚିନ୍ତା ବଢ଼ାଇଲାଣି କରୋନା ସଂକ୍ରମଣ। ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୭୫୫ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା। ଯେଉଁଥିରେ ୩୮ ସଂକ୍ରମିତ ହୋଇଥିଲେ। ଏବେ ସୁଦ୍ଧା ୯ ସଂକ୍ରମିତ ସୁସ୍ଥ ହୋଇଥିବାବେଳେ ୨୯ ସକ୍ରିୟ ରହିଛନ୍ତି। ଖୋର୍ଦ୍ଧା ଓ କଟକ ଜିଲା ସମେତ ପୁରୀ, ଜଗତସିଂହପୁର, କେନ୍ଦୁଝର, ସୁନ୍ଦରଗଡ଼ ଓ ବାଲେଶ୍ବରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସ୍ଥିତି ନିୟନ୍ତ୍ରଣରେ ଥିଲେ ବି ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ଆଗକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ରହିଛି। ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାବେଳେ ବହୁବିଧ ରୋଗରେ ଆକ୍ରାନ୍ତ ବା କରୋନା ଭଳି ଲକ୍ଷଣ ଥିବା ବ୍ୟକ୍ତିବିଶେଷଙ୍କୁ ରଥଯାତ୍ରା ନଯିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ଅନ୍ୟପକ୍ଷରେ ଆଇସିଏମ୍‌ଆର ପକ୍ଷରୁ ଜାରି ନିର୍ଦେଶନାମା ଆଧାରରେ କରୋନା ସ୍ଥିତି ପରିଚାଳନା କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ନୀଳକଣ୍ଠ ମିଶ୍ର କହିଛନ୍ତି, କରୋନାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ। ସ୍ଥିତି ନିୟନ୍ତ୍ରଣରେ ରହିଛି ଏବଂ ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ନଜର ରଖିଛି। ପ୍ରତିଦିନ କିଛି କିଛି ରୋଗୀ ଚିହ୍ନଟ ହେଉଛନ୍ତି। ସରକାର ଖୁବ୍‌ଶୀଘ୍ର କରୋନା ନେଇ ମାର୍ଗଦର୍ଶିକା ଜାରି କରିପାରନ୍ତି। ଅନ୍ୟପକ୍ଷରେ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ରଥଯାତ୍ରା ପାଇଁ ପୁରୀରେ ବୈଠକ ହୋଇଛି। ଏଥିରେ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଉଛି। ଏସବୁ ବ୍ୟବସ୍ଥାକୁ ସ୍ୱାସ୍ଥ୍ୟ ସଚିବ ତଦାରଖ କରୁଛନ୍ତି। ପୁରୀ ହସ୍ପିଟାଲର ଶଯ୍ୟା ବୃଦ୍ଧି ସହ ଡାକ୍ତର ସଂଖ୍ୟା
ବଢ଼ାଯାଇଛି। ସମସ୍ତ ଯନ୍ତ୍ରପାତି, ଆଇସିୟୁ ସହ ଆମ୍ବୁଲାନ୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି।
ସ୍ବାସ୍ଥ୍ୟ ନିର୍ଦେଶକ ଡା. ଅମରେନ୍ଦ୍ର ନାଥ ମହାନ୍ତି କହିଛନ୍ତି ଯେଉଁମାନଙ୍କ କରୋନା ଲକ୍ଷଣ ରହିଛି ସେମାନେ ରଥଯାତ୍ରାକୁ ନଯାଇ ଘରେ ରହି ରଥଯାତ୍ରା ଦେଖିବା ଆବଶ୍ୟକ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories