www.samajalive.in
Monday, December 8, 2025
14.1 C
Bhubaneswar

ପୂର୍ଣ୍ଣାହୁତି ସହ ଶେଷ ହେଲା ନୂତନ ମଙ୍ଗଳା ମନ୍ଦିର ପ୍ରତିଷ୍ଠା

ଆଠଗଡ଼: ଆଠଗଡ଼ ସହରର ବିରକିଶୋରପୁର ସାହିରେ ଗତ ୨୮ତାରିଖରୁ ଆରମ୍ଭ ହୋଇଥିବା ନୂତନ ମଙ୍ଗଳା ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଶୁକ୍ରବାର ପୂର୍ଣ୍ଣାହୁତି ସହିତ ସମାପନ ହୋଇଛି। ପୁରାତନ ମନ୍ଦିରରୁ ଇଷ୍ଟଦେବୀ ମା ମଙ୍ଗଳାଙ୍କର ବିଗ୍ରହ ପୂଜାବିଧି ସହ ସ୍ଥାନାନ୍ତର କରାଯାଇ ନୂତନ ମନ୍ଦିରରେ ପ୍ରତିଷ୍ଠା କରାଯାଇଛି। ସେହିପରି ନୂତନ ମନ୍ଦିରରେ ପାର୍ଶ୍ବ ଦେବାଦେବୀଙ୍କର ନୂତନ ବିଗ୍ରହ ମଧ୍ୟ ପ୍ରତିଷ୍ଠା କରାଯାଇଛି। ବୁଧବାର ପ୍ରାୟ ୩୦୦ରୁ ଉର୍ଦ୍ଧ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ରଥଗଡ଼ା ନିକଟସ୍ଥ ସାପୁଆ ନଦୀରେ ପୂଜାର୍ଚ୍ଚନା ପରେ ଜଳକଳସ ଧାରଣ କରି ଏକ ଭବ୍ୟ ଶୋଭାଯାତ୍ରାରେ ସହର ପରିକ୍ରମା କରି ନୂତନ ମନ୍ଦିର ନିକଟ ଯଜ୍ଞମଣ୍ଡପରେ ପହଞ୍ଚିବା ପରେ ଘଟସ୍ଥାପନ ପରେ ଯଜ୍ଞକୁଣ୍ଡରେ ଅଗ୍ନିସ୍ଥାପନ କରି ଯଜ୍ଞାନୁଷ୍ଠାନ ଆରମ୍ଭ ହୋଇଥିଲା। ଗୁରୁବାର ଶ୍ରୀରାମନବମୀ ତିଥିରେ ସୂର୍ଯ୍ୟପୂଜା, ବିଗ୍ରହ ମହାସ୍ନାନ, ମନ୍ଦିର ସ୍ନାନ ଓ ଦେବତା ଶୟନ ଏବଂ ୩୧ତାରିଖ ଶୁକ୍ରବାର ସୂର୍ଯ୍ୟାର୍ଚ୍ଚନା, ଦେବତା ସ୍ନାନ, ନଗର ପରିକ୍ରମା, ନ୍ୟାସ ଚଣ୍ଡି ହୋମ ଓ ପୂର୍ଣ୍ଣାହୁତି ସଂପନ୍ନ ହୋଇଥିଲା। ଏହି ଆଧ୍ୟାତ୍ମିକ କାର୍ଯ୍ୟରେ ବୀରକିଶୋରପୁର ଓ ମୈତ୍ରୀନଗର ଅଞ୍ଚଳର ଆବାଳବୃଦ୍ଧବନିତା ଯୋଗଦାନ କରି ପରିଚାଳନାରେ ସହଯୋଗ କରିଥିଲେ। ଶୁକ୍ରବାର ପୂର୍ଣ୍ଣାହୁତି ପରେ ସହସ୍ରାଧିକ ଲୋକଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯିବା ସହ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବିଶିଷ୍ଟ କଣ୍ଠଶିଳ୍ପୀ ସୁଧାକର ମିଶ୍ର ଓ ସାଥୀଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories