www.samajalive.in
Saturday, December 6, 2025
26.1 C
Bhubaneswar

ବୋଲଗଡ଼ ଅମୃତ ଉତ୍ସବ ଉଦଯାପିତ

ବୋଲଗଡ଼: ଖୋର୍ଦ୍ଧା ଜିଲ୍ଲାର ଅନ୍ୟତମ ସଂସ୍କୃତିକ ଓ ସ୍ୱାଧୀନତା ସଂଗ୍ରାମ ପୀଠ ବୋଲଗଡ଼ ସଦର ମହକୁମାରେ ଗତ ୩ ଦିନ ଧରି ପନ୍ଦର ଦୋଳ ଯାତ୍ରା ଅବସରରେ ଅନୁଷ୍ଠିତ ହୋଇ ଆସୁଥିବା ଅମୃତ ଉତ୍ସବ ୨୦୨୩ ଶନିବାର ଉଦଯାପିତ ହୋଇଯାଇଛି। ଏଥିରେ ବଂଶୀଧର ସଙ୍ଗୀତ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଓଡିଶୀ ଆଧୁନିକ ନୃତ୍ୟ ପରିବେଷଣ କରିଥିଲେ। ଏହାପରେ ଭୁବନେଶ୍ୱର ଆରାଧନା ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଗୋଟିପୁଅ ନୃତ୍ୟ, ରାଜ୍ୟସରକାରଙ୍କ ସଂସ୍କୃତି ବିଭାଗ ପ୍ରଯୋଜନାରେ ସୁବର୍ଣ୍ଣପୁର ଜିଲା ରୂପଶ୍ରୀ କଳା ପରିଷଦ ପକ୍ଷରୁ ସିଂଘାରୀ ଓ ସମ୍ବଲପୁରୀ ନୃତ୍ୟ, ମୟୁରଭଞ୍ଜ ଜିଲା ପଲ୍ଲବୀ ଏକାଡେମୀ ପକ୍ଷରୁ ମାଲଖମ୍ବ ଓ ବେଗୁନିଆ ଏବିସିଡି କଳାକାର ମାନଙ୍କ ପକ୍ଷରୁ ମଦର୍ଣ୍ଣ ଡ୍ୟାନ୍ସ ଦର୍ଶକଙ୍କ ମନ ମୁଗ୍ଧ କରିଥିଲା।

ଏହି ଅବସରରେ ଏକ ସାଧାରଣ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେଡି ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ବୋଲଗଡ଼ ଦଶଦୋଳ ପଡିଆ କେବଳ ବୋଲଗଡ଼ ଗର୍ବ ନୁହେଁ ଏହା ଓଡିଶା ସ୍ୱାଧୀନତା ସଂଗ୍ରାମର ମୂକସାକ୍ଷୀ ଯାହାକି ଏଇ ଭୂମୀରେ ୫ହଜାର ପାଇକ ମେଳି ଖୋର୍ଦ୍ଧାକୁ ଇଂରେଜ ମାନଙ୍କ ଠାରୁ ରକ୍ଷା କରିଥିଲା। ଯାହା ଆମ ପାଇଁ ଏମାଟି ପବିତ୍ର ବୋଲି ପ୍ରକାଶ କରିଥିଲେ। ଏହା ପାଇକ ମାନଙ୍କ ଅର୍ଣ୍ଣପୂର୍ଣ୍ଣା ଫାଇନାନ୍ସ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ସଞ୍ଜୟ କୁମାର ପଟ୍ଟନାୟକ ମୁଖ୍ୟବକ୍ତା, ବରିଷ୍ଠ ସମାଜସେବୀ କୃଷ୍ଣମୋହନ ପାଲଟାସିଂହ, ଜିଲାପରିଷଦ ସଭ୍ୟ ବିଜେଡି ନେତା ଅନାଦୀ ଚରଣ ସାହୁ, ଆଇନୀଜୀବୀ ଚିତ୍ତରଞ୍ଜନ ପରିଡ଼ା, ସରପଞ୍ଚ ଗୀତାଞ୍ଜଳୀ ସାହୁ, ସମିତିସଭ୍ୟା ନିର୍ମଳା ପ୍ରଧାନ, ସମାଜସେବୀ ବୁଲୁ ସାହୁ, ସଂଜୀବ ରାୟ ମହାପାତ୍ର, ପ୍ରମୁଖ ସଂମ୍ମାନୀୟ ଅତିଥିଭାବେ ଯୋଗ ଦେଇଥିଲେ। ସଭାରେ ଶିକ୍ଷକ ବିଚିତ୍ରା ନନ୍ଦ ରାୟଗୁରୁ ମହାପାତ୍ରଙ୍କ ଲିଖିତ କବିତା ସଂକଳନ “ଚିତ୍ର ବିଚିତ୍ରା” ଉନ୍ମୋଚିତ ହୋଇଥିଲା। ନାଟ୍ୟ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଷଡଙ୍ଗୀ, ଆଦର୍ଶ ଶିକ୍ଷକ ତଥା ଉକ୍ତ ଉତ୍ସବର ସଂଯୋଜକ ଶ୍ରୀକାନ୍ତ କୁମାର ନାୟକ, ସଙ୍ଗୀତଜ୍ଞ ଅବିନାଶ କୁମାର ସୁବୁଦ୍ଧି, ଆଦର୍ଶ ଶିକ୍ଷକ ବିଚିତ୍ରା ନନ୍ଦ ରାୟଗୁରୁ ମହାପାତ୍ର, ଶିଶୁ ନୃତ୍ୟଶିଳ୍ପୀ ସାଇ ସୌମ୍ୟକାନ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories