www.samajalive.in
Friday, December 5, 2025
26.1 C
Bhubaneswar

ହାଟବରଡ଼ିହ ମତ୍ସ୍ୟ ଅବତରଣ କେନ୍ଦ୍ର ପାଲଟିଛି ମୁକ୍ତାକାଶ ଗୁହାଳ

ହରିପୁର ଶାସନ (ଚିଲିକା): ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ଚିଲିକା ସଂଲଗ୍ନ ହାଟବରଡ଼ିହ ଗ୍ରାମର ମତ୍ସ୍ୟ ଅବତରଣ କେନ୍ଦ୍ରଟି ସମ୍ପୂର୍ଣ ଅବହେଳିତ ଅବସ୍ଥାରେ ରହିଛି। ବିଜୁଳିବତୀ ଖୁଣ୍ଟ ଅଛି, ହେଲେ ଆଲୋକୀକରଣ ନାହିଁ। ଜଳ ଯୋଗାଣ ନିମନ୍ତେ ପାଇପ ଖଞ୍ଜା ଯାଇଥିଲେ ମଧ୍ୟ ଜଳ ବୁନ୍ଦାଏ ଆସୁ ନାହିଁ। ନଳ ଘାସରେ ଭର୍ତ୍ତି ଅବତରଣ କେନ୍ଦ୍ର ପରିସର। ଏହି ମତ୍ସ୍ୟ ଅବତରଣ କେନ୍ଦ୍ରର ପ୍ରାୟ ସମସ୍ତ ସ୍ଥାନ ବୁଲା ଗାଈଗୋରୁଙ୍କ ଆଶ୍ରୟସ୍ଥଳୀ ପାଲଟିଛି।

ଏସିଆ ମହାଦେଶର ବୃହତ ଲବଣ ହ୍ରଦ ମରାଳ ମାଳିନୀ ଚିଲିକା ପାଇଁ ଓଡ଼ିଶା ଆଜି ବିଶ୍ୱ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି। ୧୧୦୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଏହି ସୌନ୍ଦର୍ଯ୍ୟମୟୀ ଚିଲିକାର ଅବସ୍ଥିତି ଖୋର୍ଦ୍ଧା, ଗଞ୍ଜାମ ଓ ପୁରୀ ଜିଲ୍ଲାର ପରିସୀମା ମଧ୍ୟରେ ରହିଛି। ପାଖାପାଖି ୨୦୦ କିଲୋମିଟର ପରିସୀମା ବିଶିଷ୍ଟ ଚିଲିକାର ତତବର୍ତ୍ତୀ ଗ୍ରାମ ଗୁଡ଼ିକର ହାରାହାରି ଦୁଇଲକ୍ଷ ମତ୍ସ୍ୟଜୀବୀ ଚିଲିକା ଉପରେ ନିର୍ଭର କରି ଜୀବନ ଧାରଣ କରିଥାନ୍ତି। ଚିଲିକାର ପଶ୍ଚିମ ତଟ ସଂଲଗ୍ନ ଐତିହାସିକ ହାଟବରଡ଼ିହ ଗ୍ରାମରେ ମତ୍ସ୍ୟଜୀବୀ ଓ ଅଣମତ୍ସ୍ୟଜୀବି ସମ୍ପ୍ରଦାୟର ପାଖାପାଖି ଦୁଇହଜାର ପରିବାର ବସବାସ କରୁଛନ୍ତି। ଗ୍ରାମରେ ୯ଟି ବେହେରା ସାହି ରହିଛି। ପ୍ରାୟ ସମସ୍ତ ମତ୍ସ୍ୟଜୀବୀ ପରିବାରର କୌଳିକ ବୃତ୍ତି ଚିଲିକାରେ ମାଛ ଧରିବା। ସୂଚନା ଫଳକ ଅନୁଯାୟୀ, ମାଛ ମାରିବା ପାଇଁ ସୁବିଧା ନିମନ୍ତେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗ ତରଫରୁ ୨୦୧୨ ମସିହାରେ ଏଠାରେ ମତ୍ସ୍ୟ ଅବତରଣ କେନ୍ଦ୍ର ନିର୍ମାଣ କରାଯାଇଥିଲା। ଏହି ଜେଟି ନିର୍ମାଣ କରାଯାଇ ତତସହିତ ଜେଟି ଗୃହ ନିର୍ମାଣ କରାଯାଇଛି। ମତ୍ସ୍ୟ ଅବତରଣ କେନ୍ଦ୍ରର ସୁରକ୍ଷା ନିମନ୍ତେ ଏକ ପରିଚାଳନା କମିଟି ରହିଛି। ପ୍ରଶାସନିକ ଅଧିକାରୀଙ୍କ ସମେତ ସ୍ଥାନୀୟ ବାସିନ୍ଦା ଏଥିରେ ସଦସ୍ୟ ରହିଛନ୍ତି। କମିଟିର ବରିଷ୍ଠ କର୍ମକର୍ତ୍ତା ପାଣ୍ଡବ କୁମାର ବେହେରାଙ୍କ କହିବାନୁଯାୟୀ ଏହି କେନ୍ଦ୍ର ଉପରେ ୮ଟି ପ୍ରାଥମିକ ମତ୍ସ୍ୟ ସମବାୟ ସମିତି ନିର୍ଭର କରିଥାନ୍ତି। ଏଠାରେ ତିନି ଶହରୁ ଉର୍ଦ୍ଧ ଡ଼ଙ୍ଗା ଲାଗିଥାଏ। ଏକଦା ଚଳଚଞ୍ଚଳ ଥିବା ଏହି ଜେଟି ଏକ ପ୍ରକାର ମାନ୍ଦା ଅବସ୍ଥାରେ ପହଞ୍ଚିଛି। ବାତ୍ୟା ଯୋଗୁଁ ଜେଟିରେ ଆଲୋକୀକରଣ ଓ ପାନୀୟ ଜଳ ଯୋଗାଣ ଠପ ହୋଇଯାଇଛି। ଚିଲିକାରେ ମାଛ ଆମଦାନୀ କମିଯିବା ଫଳରେ ବହୁ ମତ୍ସ୍ୟଜୀବୀ ପେଟପାଟଣା ପାଇଁ ସୁରାଟ, ବମ୍ବେ, ଚେନାଇ, କେରଳ ଭଳି ସ୍ଥାନ ମାନଙ୍କୁ ଦାଦନ ଖଟିବାକୁ ଯାଉଥିବା ବେଳେ, କେତେକ ମତ୍ସଜୀବି ମାନେ ରାଜ୍ୟ ବାହାରକୁ ଯାଇ ସେଠାକାର ମାଲିକ ମାନଙ୍କ ଅଧୀନରେ ରହି ସମୁଦ୍ରରେ ମାଛମରା କାର୍ଯ୍ୟରେ ନିୟୋଜିତ ରହୁଛନ୍ତି। ଜେଟିର ରକ୍ଷଣାବେକ୍ଷଣ ସଠିକ ଢଙ୍ଗରେ ହେଇପାରୁନାହିଁ।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories