ଆଠଗଡ: ଆଠଗଡ ବ୍ଲକର ମେଘା ପଞ୍ଚାୟତ ଅନ୍ତର୍ଗତ ଧୂରୁକୁଡ଼ିଆ ଗ୍ରାମ ନିକଟସ୍ଥ କାଇପୁଡିଆ ଗ୍ରାମରେ ନିର୍ମାଣାଧୀନ ବାବା ଆଖଣ୍ଡଳମଣିଙ୍କ ମନ୍ଦିରର ରତ୍ନମୁଦ ସ୍ଥାପନା କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ୧୯୮୯ ମସିହାରେ ଆରଡ଼ି ପୀଠରୁ ଆଜ୍ଞା ମାଳ ଆଣି ସାତଟି ବରଗଛ ଥିବା ଧୂରୁକୁଡ଼ିଆ ଠାରେ ହୁକୁମ ଦେଇ ଗ୍ରାମବାସୀ ବାବା ଆଖଣ୍ଡଳମଣିଙ୍କୁ ସ୍ଥାପନ କରିଥିଲେ। ସେହିଦିନ ଠାରୁ ସେଠାରେ ପ୍ରଭୁ ପୂଜା ପାଇ ଆସୁଛନ୍ତି। ଦୀର୍ଘ ଦିନ ପରେ ଭକ୍ତଙ୍କ ଆର୍ଥିକ ସହାୟତାରେ ଉକ୍ତ ସ୍ଥାନରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏବେ ମନ୍ଦିର ନିର୍ମାଣ କାମ ଆଗେଇ ଚାଲିଥିବା ବେଳେ ଗତକାଲି ସମସ୍ତ ପାରମ୍ପରିକ ରୀତିନୀତି ଓ ପୂଜାକର୍ମ ସହିତ ରତ୍ନମୁଦ ସ୍ଥାପନା କରାଯାଇଛି। ସୁଶାନ୍ତ କୁମାର ପତ୍ରୀ, ସଂଗ୍ରାମ କିଶୋର ଦାଶ, କୃପାସିନ୍ଧୁ ଦାସଙ୍କ ଦ୍ୱାରା ରତ୍ନମୁଦ କାର୍ଯ୍ୟକ୍ରମ ସମାପନ ହୋଇଛି। ଏହି କାର୍ଯ୍ୟକ୍ରମକୁ ମନ୍ଦିର ପରିଚାଳନା କମିଟି ସଭାପତି ଲକ୍ଷ୍ମୀଧର ପତ୍ରୀ ପରିଚାଳନା କରିଥିଲେ।
Popular Categories



