www.samajalive.in
Tuesday, December 9, 2025
16.1 C
Bhubaneswar

ଓଏମସିର ଦୈତାରୀ ଓ କୋଡ଼ିଙ୍ଗାମାଳି ଖଣିକୁ ଆଇବିଏମର ୫ ତାରକା ମୂଲ୍ୟାଙ୍କନ ପୁରସ୍କାର

ଭୁବନେଶ୍ୱର : ଉତ୍କୃଷ୍ଟ ଗୁଣବତ୍ତା ଓ ଆନ୍ତର୍ଜାତୀୟ ମାନକ ପାଳନ କରିବାରେ ଶ୍ରେଷ୍ଠତା ପ୍ରଦର୍ଶନ କରିଥିବାରୁ ଓଡ଼ିଶା ଖଣି ନିଗମ (ଓଏମସି) ର ଦୈତାରୀ ଲୌହ ଖଣି ଓ କୋଡିଙ୍ଗାମାଳି ବକ୍ସାଇଟ୍ ଖଣିକୁ ଭାରତ ସରକାରଙ୍କ ଅନୁମୋଦିତ ଇଣ୍ଡିଆନ ବ୍ୟୁରୋ ଅଫ୍ ମାଇନ୍ସ (ଆଇବିଏମ) ଦ୍ୱାରା ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ପାଞ୍ଚ ତାରକା ମୂଲ୍ୟାଙ୍କନ ପ୍ରଦାନ କରାଯାଇଛି। ୨୦୨୫ ମସିହା ଜୁଲାଇ ୭ ତାରିଖରେ ରାଜସ୍ଥାନ ସ୍ଥିତ ଜୟପୁର ସହରରେ ଆୟୋଜିତ ଆଇବିଏମର ବାର୍ଷିକ ସମାରୋହରେ, ଭାରତ ସରକାରଙ୍କ ମାନ୍ୟବର କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡୀ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।

ଓଏମସି ଉନ୍ନତମାନର ଖଣି ଖନନ ତଥା ପରିବେଶ ସଂରକ୍ଷଣ ପାଇଁ ଅଗ୍ରଣୀ ଭୂମିକା ଗ୍ରହଣ କରିଆସୁଛି। ଦୈତାରୀ ଏବଂ କୋଡିଙ୍ଗାମାଳି ଖଣି ସେମାନଙ୍କର ସୁ-ବ୍ୟବସ୍ଥିତ ଖଣି ଯୋଜନା, ପ୍ରଭାବଶାଳୀ ପରିବେଶ ସୁରକ୍ଷା ପ୍ରତି ଦୃଢ଼ ପଦକ୍ଷେପ ଏବଂ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ସମ୍ପ୍ରଦାୟର ବିକାଶରେ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିଛନ୍ତି। ଏଥିସହିତ ପରିବେଶଗତ ପ୍ରଭାବକୁ ସର୍ବନିମ୍ନ କରିବା ପାଇଁ ଅନ୍ତର୍ଜାତୀୟ ସର୍ବୋତ୍ତମ ଅଭ୍ୟାସଗୁଡ଼ିକୁ ମଧ୍ୟ ଗ୍ରହଣ କରିଛନ୍ତି।

- Advertisement -

ଏଠାରେ ସୂଚନାଯୋଗ୍ୟ ଯେ, ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଦ୍ୱାରା ପ୍ରତିଷ୍ଠିତ ଏହି ପଞ୍ଚ ତାରକା ମୂଲ୍ୟାଙ୍କନ ପୁରସ୍କାର, ଆଇବିଏମ ଷ୍ଟାର ମୂଲ୍ୟାଙ୍କନ ଅଧୀନରେ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ। ଏହି ପୁରସ୍କାର, ବୈଜ୍ଞାନିକ ଓ ଦାୟିତ୍ୱପୂର୍ଣ୍ଣ ଖଣିଚାଳନ ପଦ୍ଧତି ଅବଲମ୍ବନ କରି ଉତ୍ପାଦନ କାର୍ଯ୍ୟ ବୃଦ୍ଧି, ପରିବେଶ ସଂରକ୍ଷଣ, ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଦକ୍ଷତା ପ୍ରଦର୍ଶନ, ତଥା ଖଣି ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଉନ୍ନତିରେ ସକ୍ରିୟ ଭୂମିକା ନିର୍ବାହ କରିଥିବା ଖଣିଗୁଡ଼ିକୁ ଦିଆଯାଏ।

ଆଗାମୀ ସମୟରେ କମ୍ପାନୀର ଅନ୍ୟାନ୍ୟ ଖଣିଗୁଡିକ ମଧ୍ୟ ସମାନ ସଫଳତା ହାସଲ କରିବେ ବୋଲି ଓଏମସି ନିଜର ଦୃଢ଼ତା ପ୍ରକାଶ କରିଅଛି। ନିଗମ ନିଜର ଖଣି ଗୁଡ଼ିକରେ ବୈଜ୍ଞାନିକ ଓ ପଦ୍ଧତିଗତ ଖଣି କାର୍ଯ୍ୟଶୈଳୀ ଅବଲମ୍ବନ, ସ୍ଥାନୀୟ ସମ୍ପ୍ରଦାୟର ବିକାଶ ଏବଂ ସାମାଜିକ କଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରି, ଦେଶରେ ସର୍ବଶ୍ରେଷ୍ଠ ଶିଳ୍ପ ମାନଦଣ୍ଡ ସ୍ଥାପନ କରିବା ସହ ଓଡ଼ିଶାକୁ ଶିଳ୍ପାୟନ ଦ୍ୱାରା ପ୍ରଗତି ପଥରେ ଅଗ୍ରସର କରିବାକୁ ପ୍ରତିବଦ୍ଧତା ପ୍ରକାଶ କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories