www.samajalive.in
Tuesday, December 9, 2025
19.1 C
Bhubaneswar

ବୁଥସ୍ତରୀୟ ଅଧିକାରୀଙ୍କ ପ୍ରଶିକ୍ଷଣ ଶିବିର

କାମାକ୍ଷାନଗର: କାମାକ୍ଷାନଗର ୫୭ ନଂ ନିର୍ବାଚନ ମଣ୍ଡଳୀର ବୁଥ ସ୍ତରୀୟ ଅଧିକାରୀ ମାନଙ୍କର ଏକ ପ୍ରଶିକ୍ଷଣ ଶିବିର ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଶିବିରରେ ଉପଜିଲ୍ଲାପାଳ ଦିନମଣି ନାୟକ ଅଧ୍ୟକ୍ଷତା କରି ପ୍ରତ୍ୟେକ ବୁଥ ସ୍ତରରେ ଅଧିକାରୀ ମାନେ କିପରି ସୁବିଧାରେ ଭୋଟ ଗ୍ରହଣ କରି ପାରିବେ ସେ ଉପରେ ଆଲୋକପାତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଶୁଭଙ୍କର ମହାନ୍ତି, ବିଡ଼ିଓ ପ୍ରଭୁକଲ୍ୟାଣ ଦାସ, ସହକାରୀ ଜିଲ୍ଲାପାଳ କମଳା ମଳିକ ପ୍ରମୁଖ ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସହକାରୀ ଜିଲ୍ଲାପାଳ ଦୀପକ କୁମାର ମିଶ୍ରଙ୍କ ସଂଯୋଜନାରେ ପୂର୍ବାହ୍ନ ୯ଟାରୁ ଅପରାହ୍ନ ସାଢେ ୫ଟା ପର୍ଯ୍ୟନ୍ତ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ ୫ ଜଣ ସୁପରଭାଇଜରଙ୍କ ସହିତ ପଚାଶ ଜଣ ବୁଥସ୍ତରୀୟ ଅଧିକାରୀ ପ୍ରଶିକ୍ଷଣ ନେଇଥିଲେ।

Hot this week

ଭାରତର ଚତୁର୍ଥ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ଚତୁର୍ଥ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

Related Articles

Popular Categories