www.samajalive.in
Monday, December 8, 2025
27.1 C
Bhubaneswar

ରାହୁଲ ଗାନ୍ଧୀଙ୍କ ଗସ୍ତ ପାଇଁ କଂଗ୍ରେସର ପ୍ରସ୍ତୁତି ବୈଠକ

ଆଠଗଡ: ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ଆସନ୍ତା ଜୁଲାଇ ୧୧ ତାରିଖରେ କଂଗ୍ରେସ ପକ୍ଷରୁ ସମ୍ବିଧାନ ବଞ୍ଚାଅ ସମାବେଶ ଅନୁଷ୍ଠିତ ହେବାକୁ ଯାଉଛି। ସେହି ସମାବେଶରେ ଅଖିଳ ଭାରତୀୟ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଜୀ ଏବଂ ସଙ୍ଗଠନ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳଜୀ ଯୋଗଦେବେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆଠଗଡ କଂଗ୍ରେସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ରବିବାର କନ୍ଦରପୁର ପଞ୍ଚାୟତ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି।

ବରିଷ୍ଠ କଂଗ୍ରେସ ନେତା କିରଣ ବିହାରୀ ଖଟୁଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ କଟକ ଜିଲ୍ଲା କଂଗ୍ରେସ ସଂଯୋଜକ ପ୍ରଦୀପ୍ତ କୁମାର ଦାସ, ଜିଲ୍ଲା ପର୍ଯ୍ୟବେକ୍ଷକ ହିମାଂଶୁ ଲେଙ୍କା, ଆଠଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ସୁଦର୍ଶନ ସାହୁ ଯୋଗ ଦେଇ ଭୁବନେଶ୍ବର ସମାବେଶର ରୂପରେଖ ଉପରେ ଆଲୋକପାତ କରିବା ସହ ଏହାକୁ ସଫଳ କରିବା ଲାଗି ସମସ୍ତଙ୍କର ସହଯୋଗ କାମନା କରିଥିଲେ । କେନ୍ଦ୍ର ଓ ରାଜ୍ୟ ବିଜେପି ସରକାରଙ୍କ ଅଗଣତାନ୍ତ୍ରିକ, ସମ୍ବିଧାନ ବିରୋଧୀ ଏବଂ ମହିଳା, ଚାଷୀ, ଯୁବକ ଓ ଛାତ୍ର ବିରୋଧୀ କାର୍ଯ୍ୟ ବିରୋଧରେ ଜନ ଆନ୍ଦୋଳନକୁ ଦିଗଦର୍ଶନ ଦେବାପାଇଁ ଓଡ଼ିଶା ଆସୁଥିବା ଜନ ନେତା ରାହୁଲ ଗାନ୍ଧୀଙ୍କ ସ୍ବାଗତ ପାଇଁ ଓ ତାଙ୍କୁ ଶୁଣିବା ପାଇଁ ପ୍ରତ୍ୟେକ ପଞ୍ଚାୟତ ଓ ଗ୍ରାମରୁ ବହୁ ମାତ୍ରାରେ କଂଗ୍ରେସ କର୍ମୀ ଆଗ୍ରହ ପ୍ରକାଶ କରିଥିଲେ । ଦଳୀୟ ଆର୍ଥିକ ସହଯୋଗ ନମିଳିବା ସତ୍ତ୍ୱେ ବି ସମସ୍ତ କର୍ମୀ ନିଜ ନିଜ ଉଦ୍ୟମରେ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ସ୍ଵୀକୃତି ଦେଇଥିଲେ। ଜିଲ୍ଲା ସଂଯୋଜକ ଶ୍ରୀ ଦାସ ବିଧାୟକ ପ୍ରାର୍ଥୀ ସୁଦର୍ଶନ ସାହୁଙ୍କ ନେତୃତ୍ୱରେ ସମସ୍ତ କର୍ମୀ ନିର୍ଦ୍ଧାରିତ ସମୟରେ ଭୁବନେଶ୍ୱରସ୍ଥିତ ବରମୁଣ୍ଡା ପଡ଼ିଆରେ ଉପସ୍ଥିତ ହେବାପାଇଁ କର୍ମୀ ମାନଙ୍କୁ ଅନୁରୋଧ କରିଥିଲେ। ଏହି ବୈଠକରେ ତିଗିରିଆ ବ୍ଲକର ପୂର୍ବତନ ସଭାପତି ଗିରିଜା ଶଙ୍କର ପଟ୍ଟନାୟକ, ସୋମନାଥ ଦାସ, ସରପଂଚ ମାନସ ଜେନା, ପୂର୍ବତନ ଆଠଗଡ଼ ନଗର ସଭାପତି ସୋମନାଥ ଭକ୍ତା, ପୂର୍ବତନ ଯୁବ କଂଗ୍ରେସ ସଭାପତି ଇଂ ପ୍ରିୟବ୍ରତ ଦାସ, ବରିଷ୍ଠ କଂଗ୍ରେସ ନେତା  ଅଶୋକ କୁମାର ଦାଶ, ଗଦାଧର ରାଉତ, କୈଳାସ ଚନ୍ଦ୍ର ସାହୁ, ସତ୍ୟାନନ୍ଦ ଗୋଛାୟତ, ଧରଣୀ ଧର ବେହେରା , ପ୍ରକାଶ ପୁହାଣ ଆଦି ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ଦେଇଥିଲେ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories