www.samajalive.in
Saturday, December 6, 2025
26.1 C
Bhubaneswar

ମସ୍କୋରେ କଳାହାଣ୍ଡି ନୃତ୍ୟ, ଘୁମୁରା ପରେ ସିଙ୍ଗାରୀ

ଭବାନୀପାଟଣା: ଭାରତ ଉତ୍ସବ ଅବସରରେ ମସ୍କୋରେ କଳାହାଣ୍ଡିର ସିଙ୍ଗାରୀ ନୃତ୍ୟ ପରିବେଷିତ ହୋଇଛି। ସ୍ଥାନୀୟ ପ୍ରତିଭା ଅନୁଷ୍ଠାନର ଅଧ୍ୟକ୍ଷ ଧ୍ୟାନାନନ୍ଦ ପଣ୍ଡା, ଚିଣ୍ଟୁ ପ୍ରସାଦ ନାଏକ, ପ୍ରସିଦ୍ଧ ଲୋକ ଗାୟକ ସର୍ବେଶ୍ଵର ଭୋଇ ପ୍ରମୁଖଙ୍କ ନେତୃତ୍ୱରେ ମୋଟ ୧୧ ଜଣ କଳାକାର ଏହି ଦଳରେ ସାମିଲ ହେଇଛନ୍ତି। ସୂଚନାଯୋଗ୍ୟ ଜୁଲାଇ ୫ରୁ ଆସନ୍ତା ୧୩ ତାରିଖ ଯାଏଁ ଋଷିଆର ମସ୍କୋରେ ଭାରତ ଉତ୍ସବ ଆୟୋଜିତ ହେଉଛି। ଏହି ଅବସରରେ ମସ୍କୋର ମାନେଝାନାୟା ସ୍କୋୟାରର କ୍ରେମଲିନରେ ଓଡ଼ିଶା ଥିମ୍ ଷ୍ଟଲ ସ୍ଥାନ ପାଇଛି। ଏଥିରେ ସ୍ଥାନୀୟ ସଂସ୍କୃତି, ପରମ୍ପରା, ଖାଦ୍ୟ, ଲୋକନୃତ୍ୟ, ହସ୍ତତନ୍ତ ଏବଂ ବୟନ ଶିଳ୍ପ ତଥା ବିଭିନ୍ନ ଦ୍ରବ୍ୟର ପ୍ରଦର୍ଶିତ ହେଉଛି।

ଦୁଇ ଦେଶ ମଧ୍ୟରେ ଉତ୍ତମ ସମ୍ପର୍କ ସୃଷ୍ଟି ଭାରତ ଉତ୍ସବର ମୂଳ ଲକ୍ଷ୍ୟ। ଏହା ମାଧ୍ୟମରେ ଏକ ଆନ୍ତର୍ଜାତୀୟ ମଞ୍ଚରେ କଳାହାଣ୍ଡିର ଲୋକକଳା, ସଂସ୍କୃତିକୁ ପ୍ରୋତ୍ସାହିତ କରାଯିବା ଏହି ଉତ୍ସବର ମୂଳଲକ୍ଷ୍ୟ ବୋଲି ଭାରତ ଉତ୍ସବ ଟିମ୍ ସଦସ୍ୟ ରାଜ୍ୟସଭା ସାଂସଦ ସୁଜିତ୍ କୁମାର ପ୍ରକାଶ କରିଛନ୍ତି। ୧୯୮୭ରେ ମହାବୀର ସାଂସ୍କୃତିକ ଅନୁଷ୍ଠାନର କଳାକାର ମାନେ ମସ୍କୋରେ ଘୁମୁରା ନୃତ୍ୟ ପରିବେଷଣ କରିଥିଲେ। ବିଦେଶମାଟିରେ ଏହାଥିଲା କଳାହାଣ୍ଡି ଲୋକନୃତ୍ୟର ପ୍ରଥମ ପରିବେଷଣ। ପରେ ୨୦୨୨ରେ ମହାବୀର ସାଂସ୍କୃତିକ ଅନୁଷ୍ଠାନର କଳାକାର ମାନଙ୍କ ଦ୍ଵାରା ଦୁବାଇରେ ଏବଂ ୨୦୨୩ରେ ଜାପାନର ବିଭିନ୍ନ ସହରରେ ଘୁମୁରା, ବଜାଶାଲ, ଢାପ, ଘୁଡକା ପ୍ରଭୃତି ଲୋକ ନୃତ୍ୟ ପରିବେଷିତ ହେଇଥିଲା। ତେବେ କ୍ରମଶଃ ବିଦେଶ ମାଟିରେ କଳାହାଣ୍ଡିର ଲୋକନୃତ୍ୟ ଆଦୃତ ହେବା ଦ୍ଵାରା ସ୍ଥାନୀୟ କଳାକାର ମାନଙ୍କୁ ପ୍ରେରଣା ଯୋଗାଇଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories