www.samajalive.in
Sunday, December 7, 2025
15.1 C
Bhubaneswar

ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ ପାଇଁ ମାଁ ସମଲେଶ୍ୱରୀଙ୍କୁ ନିମନ୍ତ୍ରଣ

ସମ୍ବଲପୁର: ଅଗଷ୍ଟ ଏକ ତାରିଖରେ ସମ୍ବଲପୁରରେ ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ ପାଇଁ ମଙ୍ଗଳବାର ଇଷ୍ଟଦେବୀ ସମଲେଇଙ୍କୁ ନିମନ୍ତ୍ରଣ କରାଯାଇଛି। ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ଅଗଷ୍ଟ ଏକ ତାରିଖରେ ହେବାକୁ ଥିବା ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ ଆୟୋଜନ ପାଇଁ ଆଉ ମାତ୍ର ଗୋଟିଏ ମାସ ରହିଛି। ସେଥିପାଇଁ ଆଜିଠାରୁ ପ୍ରସ୍ତୁତି ଆରଂଭ କରାଯାଇଥିଲା। ସକାଳେ ମଞ୍ଚ ର ସଦସ୍ୟ ମାନେ ଇଷ୍ଟଦେବୀ ମାଁ ସମଲେଇଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ଗୁରୁ ସତ୍ୟନାରାୟଣ ବହିଦାରଙ୍କ ସ୍ମୃତିରେ ଜେଲ ଛକ ଠାରେ ପ୍ରତିଷ୍ଠିତ ସମ୍ବଲପୁରୀ ଡେରାରେ ଚଲିତ ବର୍ଷ ଭବ୍ୟ ଆକାରରେ ସମ୍ବଲପୁରୀ ଦିନ ସାତ ଦିନ ଧରି ଆୟୋଜନ କରାଯିବା ନେଇ ମଞ୍ଚ ର ପକ୍ଷରୁ ସ୍ଥିର କରାଯାଇଛି।

ସମ୍ବଲପୁରୀ ହସ୍ତଶିଲ୍ପ ଏବଂ ହସ୍ତତନ୍ତ୍ର ବିକ୍ରୟ ସହ ସମ୍ବଲପୁରୀ ପ୍ରଦର୍ଶନୀ ଆଦି ଆୟୋଜନ କରି ସମ୍ବଲପୁରୀ ଦିନ ଏବଂ ଗୁରୁ ବହିଦାରଙ୍କ ସମ୍ବଲପୁରୀ ପ୍ରତି ଅବଦାନ ବିଷୟରେ ଲୋକଙ୍କୁ ଅବଗତ କରାଯିବ। ଆଜି ସମଲେଇ ନିୟୁତା ପରେ ସମ୍ବଲପୁରୀ ଦିନ ପାଇଁ ଡେରା ପରିସରରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ। ସୂଚନା ଯୋଗ୍ୟ ଯେ, ୨୦୧୩ ମସିହାରୁ ପଶ୍ଚିମାଞ୍ଚଲ ଏକତା ମଞ୍ଚର ପ୍ରୟାସରେ ଗୁରୁ ବହିଦାରଙ୍କ ଜନ୍ମ ଶତବାର୍ଷିକୀ ପାଳନ ବର୍ଷ ଠାରୁ ଅଗଷ୍ଟ ଏକ ତାରିଖରେ ସମ୍ବଲପୁରୀ ଦିନ ପାଳନ କରାଯାଇ ଆସୁଛି। ଆଜିର ନିୟୁତା କାର୍ଯ୍ୟକ୍ରମ ରେ ଝୁନୁ ତ୍ରୀପାଠୀ, କିଶୋର ଧରେଇ, ସ୍ବସ୍ତିକା ନାୟକ, ଭୂମି ସୂତା ମେହେର, ପଙ୍କଜିନୀ ବୈଠାରୁ, ସଂଘମିତ୍ରା ପଣ୍ଡା, ଯାମିନୀ ଠାକୁର, ପ୍ରଜ୍ଞା ସାହୁ, କାନ୍ତି ମେହେର, ତୃପ୍ତି ପଣ୍ଡା, ସୁନିତା ପତି, ଅଳକା ମହାପାତ୍ର, ରାଜେଶ ସ୍ବାଇଁ, ଅମିତାଭ ମାଝୀ, ସୁବୋଧ କୁମାର ଦୋରା, ପ୍ରଥମ ପଣ୍ଡା, ରାମଦାସ ପଣ୍ଡା, ଶଙ୍କର ମେହେର, ଭବାନୀଶ ଭୋଇ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories