www.samajalive.in
Sunday, December 7, 2025
26.1 C
Bhubaneswar

ରୋଟାରୀ କ୍ଲବ ପକ୍ଷରୁ ରକ୍ତଦାନ ଶିବିର, ୧୫୧ ୟୁନିଟ ସଂଗ୍ରହ

ସମ୍ବଲପୁର: ସମ୍ବଲପୁରର ହୀରାକୁଦ କଲୋନୀ ସ୍ଥିତ ରୋଟାରୀ କ୍ଲବର କାର୍ଯ୍ୟାଳୟ ଠାରେ ଏକ ରକ୍ତଦାନ ଶିବିର ମଙ୍ଗଳବାର ଆୟୋଜିତ ହୋଇଯାଇଛି। ନୂତନ ରୋଟାରୀ ବର୍ଷର ଆରମ୍ଭ ଅବସରରେ ଆୟୋଜିତ ଏହି ରକ୍ତଦାନ ଶିବର ଅଧ୍ୟକ୍ଷ ରଶ୍ମିରଞ୍ଜନ ମହାପାତ୍ର, ସଚିବ ଦେବାଶିଷ ରାୟଗୁରୁ ସଂଯୋଜନା କରିଥିଲେ। ବୁର୍ଲା ରକ୍ତ ଭଣ୍ଡାର ର ଡାକ୍ତର ଓ କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିବା ବେଳେ କ୍ଲବର ସଦସ୍ୟ, ସଦସ୍ୟା ଏବଂ ଜନତା ସ୍ୱତଃ ପ୍ରବୃତ୍ତ ଭାବରେ ରକ୍ତ ଦାନ କରିଥିଲେ। ଶିବିରରେ ସମୁଦାୟ ୧୫୧ ୟୁନିଟି ରକ୍ତ ସଂଗ୍ରହ କରାଯାଇ ରକ୍ତ ଭଣ୍ଡାରକୁ ଦାନ କରାଯାଇଛି।

ଶିବିରରେ ଚାଟାର୍ଡ ଆକାଉନ୍ଟାନ୍ଟ ଦିବସ ଏବଂ ଡାକ୍ତର ଦିବସ ଉପଲକ୍ଷେ କ୍ଲବର ସଦସ୍ୟ ଥିବା ସମସ୍ତ ଚାଟାର୍ଡ ଆକାଉନ୍ଟାନ୍ଟ ଏବଂ ଡାକ୍ତର ମାନଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଆୟୋଜନ ଓ ପରିଚାଳନାରେ ଉପ ସଭାପତି ଶ୍ରୀକାନ୍ତ ମୁଖାର୍ଜୀ, କୋଷାଧ୍ୟକ୍ଷ ରଞ୍ଜିତ ସିଂ, ବରିଷ୍ଠ ସଦସ୍ୟ ଉଦିତ ପ୍ରସାଦ ବାବୁ, ରାଜକିଶୋର ଦାସ, ଏ. ଏମ. ତରାଜ, ଦାମୋଦର କର, ପ୍ରବୀଣ ସୂରୀ, ତୁଷାର ପ୍ରଧାନ, ଟି. ଏସ. ମଣି, ବିକ୍ରମ ସେନାପତି, ସୁଜିତ ପାଣିଗ୍ରାହୀ, ଦୁର୍ଗା ଶଙ୍କର ଶତପଥୀ, ଅନନ୍ୟା ନାୟକ, ସୁଶାନ୍ତ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories