www.samajalive.in
Wednesday, December 10, 2025
18.1 C
Bhubaneswar

କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ: ମନ୍ତ୍ରୀ

ଭୁବନେଶ୍ବର: କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ। ଏଥିସହ କୌଣସି ପ୍ରକାର ସାଲିସ କରାଯିବ ନାହିଁ। ଏ ପ୍ରସଙ୍ଗ ୧୦୦ବର୍ଷ ହେଲା ଇଂରେଜ ଶାସନ ସମୟରୁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଲାଗି ରହିଛି। ଏହି ପ୍ରସଙ୍ଗକୁ ନେଇ ଦେଶର ବିଭିନ୍ନ ନ୍ୟାୟାଳୟ ଏବଂ ଉଚ୍ଚତମ ନ୍ୟାୟାଳୟରେ ମାମଲା ଚାଲିଥିଲା। ମାମଲାଗୁଡ଼ିକ ଠିକ୍‌ ଭାବେ ପରିଚାଳନା ନହେବା କାରଣରୁ ଓଡ଼ିଶା କ୍ଷତିଗ୍ରସ୍ତ ହୋଇଛି। ଉଚ୍ଚତମ ନ୍ୟାୟାଳୟରେ ଓଡ଼ିଶା ସଠିକ୍‌ ଭାବେ ପକ୍ଷ ରଖିପାରି ନାହିଁ। ଏବେ ଉଚ୍ଚତମ ନ୍ୟାୟାଳୟରେ ଶେଷ ମାମଲା ବିଚାରାଧୀନ ରହିଛି। ଅଭିଜ୍ଞତା ଥିବା ଆଇନଜୀବୀଙ୍କ ସହ ରାଜ୍ୟ ସରକାର ପରାମର୍ଶ କରିଛନ୍ତି। ଶୁକ୍ରବାର କୋଟିଆ ପ୍ରସଙ୍ଗରେ ଅନୁଷ୍ଠିତ ନୂତନ କମିଟିର ପ୍ରଥମ ବୈଠକ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ।

ବିକଶିତ କୋଟିଆ ପାଇଁ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରିବାକୁ ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ଅଧ୍ୟକ୍ଷତାରେ ନୂତନ କମିଟିର ପ୍ରଥମ ବୈଠକ ଲୋକସେବା ଭବନରେ ବସିଥିଲା। କୋଟିଆ ସୀମା ବିବାଦ ପାଇଁ ସରକାର ଗଠନ କରିଥିବା ୧୬ଜଣିଆ କମିଟି ବୈଠକରେ ବିଭିନ୍ନ ବିଭାଗର ସଚିବ ଏବଂ ବିଜେପି ବିଧାୟକ ରଘୁରାମ ମାଛ ଉପସ୍ଥିତ ଥିଲେ। କୋରାପୁଟ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଆଭାସି ମାଧ୍ୟମରେ ଯୋଡ଼ି ହୋଇଥିଲେ। ବୈଠକରେ କୋଟିଆ ବିବାଦର ସମାଧାନ ଏବଂ ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା। ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ କୋରାପୁଟ ଜିଲାପାଳଙ୍କ ସହ ଆଲୋଚନା କରି ନିଜ ନିଜ ବିଭାଗର ଯୋଜନା ଏବଂ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ରୋଡ଼ମ୍ୟାପ୍‌ ପ୍ରସ୍ତୁତ କରିବେ। ଆର୍ଥିକ, ସାମାଜିକ ଏବଂ ସାଂସ୍କୃତିକ ବିକାଶ ପାଇଁ ଯୋଜନା ହାତକୁ ନିଆଯିବ। ରାସ୍ତାଘାଟ ସହ ଶିକ୍ଷା, ପାନୀୟ ଜଳ ଆଦି ମୌଳିକ ଭିତ୍ତିଭୂମିର ବିକାଶ ହେବ। ଚାଷୀଙ୍କ ପାଇଁ ବଜାର ସୁବିଧା ରହିବ।

- Advertisement -

ତୃଣମୂଳସ୍ତରରେ ଶିକ୍ଷା, ଗ୍ରାମ୍ୟ ଉନ୍ନୟନ, ଗୃହ ଏବଂ ସ୍ବାସ୍ଥ୍ୟ ଆଦି ବିଭାଗଗୁଡ଼ିକ ସ୍ଥିତି ଅନୁଧ୍ୟାନ କରି ରୋଡ ମ୍ୟାପ୍‌ ପ୍ରସ୍ତୁତ କରିବେ। କୋଟିଆବାସୀଙ୍କ ହୃଦୟ ଜୟ ପାଇଁ ଯାହା ଉନ୍ନତିମୂଳକ କାର୍ଯ୍ୟ କରିବାକୁ ପଡ଼ିବ ତାହା କରିବା ନିମନ୍ତେ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। କୋଟିଆରେ ରାସ୍ତାଘାଟ, ଉନ୍ନତମାନର ଚିକିତ୍ସା ସୁବିଧା, ଉନ୍ନତ ଶିକ୍ଷା ବ୍ୟବସ୍ଥା କରିବାକୁ ରୋଡ଼ମ୍ୟାପ୍‌ ପ୍ରସ୍ତୁତ ନିମନ୍ତେ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦେଶ ରହିଛି।

ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ବିଭିନ୍ନ ବିଭାଗକୁ ମାସକ ମଧ୍ୟରେ କୋଟିଆ ସମ୍ପର୍କରେ ରୋଡମ୍ୟାପ୍‌ ପ୍ରସ୍ତୁତ କରି ରିପୋର୍ଟ ଦେବାକୁ ନିର୍ଦେଶ ଦିଆଯାଇଛି। କୋରାପୁଟ ଜିଲା ପଟାଙ୍ଗି ବ୍ଲକ ଅଧୀନସ୍ଥ କୋଟିଆ ଗ୍ରାମସମୂହର ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ନିକଟରେ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର ସୁବିଧା ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଆ ଅସ୍ମିତାରେ ବାନ୍ଧି ରଖିବା ପାଇଁ ସେମାନଙ୍କ ମଧ୍ୟରେ ଓଡ଼ିଶାର ଭାଷା, ସଂସ୍କୃତି, ସାହିତ୍ୟ, ପରମ୍ପରା, ପର୍ବପର୍ବାଣିର ପ୍ରଚାରପ୍ରସାର ଲାଗି ସରକାର ଯୋଜନା କରିଛନ୍ତି। ନୂତନ କମିଟି ପକ୍ଷରୁ ବୈଠକରେ ପୂର୍ବରୁ କୋଟିଆ ଉପରେ ଆଲୋଚନା ହୋଇଥିବା ଏବଂ ନିଆଯାଇଥିବା ନିଷ୍ପତ୍ତି ଉପରେ ରିପୋର୍ଟ ମଗାଯାଇ ଥିବାବେଳେ ବିଧାନସଭାର ଗୃହ କମିଟିଗୁଡ଼ିକ ଯେଉଁ ପରାମର୍ଶ ଦେଇଥିଲେ ତାକୁ ଅଧ୍ୟୟନ କରାଯିବ। ଆଗାମୀ କମିଟି ବୈଠକରେ ବିଧାନସଭା ଗୃହ କମିଟିଗୁଡ଼ିକର ସୁପାରିସ ରିପୋର୍ଟ ଉପସ୍ଥାପନ କରାଯିବ। ଗଡ଼ଜାତ ସମସ୍ୟା ଯୋଗୁଁ କୋଟିଆ ପ୍ରସଙ୍ଗ ଲାଗି ରହିଛି। କୋଟିଆ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ସମସ୍ତ ପଦକ୍ଷେପ ନେବେ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories