www.samajalive.in
Saturday, December 6, 2025
16.1 C
Bhubaneswar

ଭଲିବଲ ପ୍ରତିଯୋଗିତାରେ କଲ୍ୟାଣସିଂହପୁର ଚମ୍ପିୟାନ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ବନବିଭାଗ ପକ୍ଷରୁ କାର୍ଯ୍ୟାଳୟ ନିକଟରେ ଥିବା ପଡ଼ିଆରେ ଭଲିବଲ ଫାଇନାଲ ପ୍ରତିଯୋଗିତାରେ କଲ୍ୟାଣସିଂହପୁର ଦଳ ଚମ୍ପିୟାନ ହୋଇଛି। ଶିକରପାଇ ଦଳକୁ ପରାସ୍ତ କରି କଲ୍ୟାଣସିଂହପୁର ଦଳ ଫାଇନାଲରେ ପ୍ରବେଶ କରିଥିବା ବେଳେ  ବୁଡ଼ାଗୁଡା ଦଳ ଧାମୁଣିପଙ୍ଗାକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା। ଫାଇନାଲରେ ବୁଡ଼ାଗୁଡା କୁ ୧୫ ପଏଣ୍ଟରେ ହରାଇ କଲ୍ୟାଣସିଂହପୁର ଚମ୍ପିୟାନ ହୋଇଛି। ମୂଖ୍ୟ ଅତିଥି ଭାବେ ଜିଲା ପରିଷଦ ସଦସ୍ୟ ବାରାଟମ ୱାରା ପ୍ରସାଦ ରାଓ ଯୋଗ ଦେଇ କଲ୍ୟାଣସିଂହପୁରକୁ ଟ୍ରଫି ସହ ୬ହଜାର ଟଙ୍କା, ବୁଡ଼ାଗୁଡା ଉପ ବିଜେତାକୁ ୪ହଜାର ଟଙ୍କା ସହ ଟ୍ରଫି, ଭଲ ନେଟର ସନ୍ତୋଷ ଜାନି ଓ ଭଲ ହିଟର ଚିଣ୍ଟୁ ତ୍ରିପାଠୀକୁ ୫୦୧ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories