www.samajalive.in
Wednesday, December 10, 2025
26.1 C
Bhubaneswar

ଅନ୍ଧାର ଘେରରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ବସ୍ ଷ୍ଟାଣ୍ଡ ଛକ

ରେଙ୍ଗାଲକ୍ୟାମ୍ପ: ଅତାବିରା ଜାତୀୟ ରାଜପଥ ଦେଇ ଲମ୍ବିଯାଇଛି ଚରିଥାକିଆ ୫୩ ନଂ ଜାତୀୟ ରାଜପଥ। ଏହି ରାଜପଥ କଡ଼ରେ ରହିଛି ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର। ଯେଉଁଠି ଅଞ୍ଚଳର ଅନେକ ରୋଗୀ ପ୍ରତ୍ୟହ ଏଠାକୁ ଆସୁଛନ୍ତି ଚିକିତ୍ସା ପାଇଁ। ସେଇ ରୋଗୀ ମାନଙ୍କ ମଧ୍ୟରେ କିଛି ଲୋକ ଶିକ୍ଷିତ ଥିବା ବେଳେ କିଛି ଅଶିକ୍ଷିତ ମଧ୍ୟ। ଅନେକ ଲୋକ ନୂତନ ଭାବରେ ମଧ୍ୟ ଆସିଥାନ୍ତି ପ୍ରଥମ ଥର ପାଇଁ, ଯେଉଁ ମାନଙ୍କ ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରଟି ସମ୍ପୂର୍ଣ୍ଣ ରୂପେ ଅଜଣା। କେଉଁଠି କି କାମ ହୁଏ ସେମାନେ ଜାଣି ନଥାନ୍ତି। ଅନେକ ଲୋକ ବୋର୍ଡ ରେ ଲେଖାଥିବା ସୂଚନାକୁ ପଢି ଜାଣିଥାନ୍ତି। କିନ୍ତୁ କିଛି ଦିନ ହେଲା ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ରହିଥିବା ରାସ୍ତା ଆଲୋକିକରଣ ବ୍ୟବସ୍ଥା ବନ୍ଦ ରହିଛି। ବତି ଗୁଡ଼ିକ ଜଳୁ ନାହିଁ। ଚାରିଆଡେ ଅନ୍ଧାରମୟ ହୋଇ ରହିଛି। ଫଳରେ ଲୋକେ ବହୁତ୍ ଅସୁବିଧା ପାାଉଛନ୍ତି। ଏହା ବ୍ୟତୀତ ଅନ୍ୟ ଛକ ମଧ୍ୟରୁ ବସ୍ ଷ୍ଟାଣ୍ଡ ଛକ ଏକ ଗୁରୁତ୍ୱପୂର୍ଣ୍ଣ ଛକ ଅଟେ। ଏହି ଛକ ଦେଇ ଶହ ଶହ ଛାତ୍ରଛାତ୍ରୀ, ରୋଗୀ ଶ୍ରଦ୍ଧାଳୁ ଓ ଯାତ୍ରୀ ରାସ୍ତା ଅତିକ୍ରମ କରି ପାଖରେ ଥିବା ଡାକ୍ତରଖାନା, ମନ୍ଦିର, ବ୍ୟାଙ୍କ, ତହସିଲ କାର୍ଯ୍ୟାଳୟକୁ ଯିବା ଆସିବା କରିଥାନ୍ତି। ହେଲେ ଏହି ଛକରେ ଥିବା ଷ୍ଟ୍ରିଟ ଲାଇଟଟି ଦୀର୍ଘ ଦିନ ହେଲା ଜଳୁନାହିଁ। ଏହା ସହିତ ଏହାର ଆଖପାଖ ଥିବା ଷ୍ଟ୍ରିଟ ଲାଇଟ ଗୁଡିକର ଗୋଟିଏ ପାର୍ଶ୍ଵର ବଳ ଅଦଳ ବଦଳ ହୋଇ ଜଳୁଛି। ଯାହା ଫଳରେ ଛକଟି ଅନ୍ଧାର ହୋଇ ରହୁଛି ଓ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱରେ ସଂସ୍ଥା ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହେଉଛି।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories