ବଡଓଷା ଉପଲକ୍ଷେ ପାଟଣା ଅଞ୍ଚଳ ଚଳଚଞ୍ଚଳ

ପାଟଣା: ବଡଓଷା ଉପଲକ୍ଷେ ପାଟଣା ଅଞ୍ଚଳ ଚଳଚଞ୍ଚଳ ରହିଛି। ପାଟଣା ଅଞ୍ଚଳର ବିଭିନ୍ନ ଶୈବପୀଠ, ପାଟଣା ମୁଖ୍ୟାଳୟର ସର୍ବ ପୁରାତନ ଆନନ୍ଦେଶ୍ୱର ମହାଦେବ, ବୈତରଣୀ ତଟରେ ଥିବା ପରମେଶ୍ବର ମହାଦେବ, ସ୍ୱାମଶାସନର ସୋମେଶ୍ୱର ମହାଦେବ, ମଲ୍ଲୀପଶିର ମଲ୍ଲିକେଶ୍ୱର ମହାଦେବ, ଟାଙ୍ଗରପଡା ଶିବମନ୍ଦିର, ବାରିଗାଁ ଶିବମନ୍ଦିରରେ ବଡଓଷା ବ୍ରତଧାରୀଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଆଜି ରାହାସ ପୂର୍ଣ୍ଣିମା ପାଇଁ ପାଟଣା ବୈତରଣୀ ତଟରେ ଥିବା ପରମେଶ୍ବର ମନ୍ଦିର ଏବଂ ବୈତରଣୀର ଅନସୂୟା ଘାଟରେ ବୋଇତ ବନ୍ଦାଣ ଓ ଡଙ୍ଗା ଭସା ହେଉଛି। ସେହିପରି ରାଜନଗରର ବୈତରଣୀ ତଟର ଶୈବ୍ୟା କାବେରୀ ତୀର୍ଥରେ ବିପୁଳ ବୋଇତ ବନ୍ଦାଣ ପାଇଁ ଆୟୋଜନ କରାଯାଇଛି।

Comments are closed.