ଜନଜାଗରଣ ମଞ୍ଚ ଲୋକ ସଙ୍ଗଠନ ପକ୍ଷରୁ ବିଡ଼ିଓଙ୍କୁ ୭ଦଫା ଦାବିପତ୍ର ପ୍ରଦାନ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରର ଜନଜାଗରଣ ମଞ୍ଚ ଲୋକ ସଙ୍ଗଠନ ପକ୍ଷରୁ ଗ୍ରାମର ବିଭିନ୍ନ ସମସ୍ୟାକୁ ନେଇ ୭ ଦଫା ଦାବି ବିଡ଼ିଓ ସୁନୀଲ ଖରାଙ୍କୁ ପ୍ରଦାନ କରିଛନ୍ତି। ଜନ ଜାଗରଣ ମଞ୍ଚ ଗତ ୭ବର୍ଷ ଧରି ବିଭିନ୍ନ ସରକାରୀ ଯୋଜନା ଗୁଡିକର ସଫଳ ରୂପାୟନ କରିବା ପାଇଁ ଜନ ସଚେତନତା କାର୍ଯ୍ୟକ୍ରମ କରିଆସୁଅଛି। ସଙ୍ଗଠନ ଦ୍ଵାରା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକରେ ୨ମାସ ଧରି ଏକ ସର୍ଭେ କରାଯାଇଥିଲା ଯେଉଁଥିରେ ସ୍ୱାଧୀନତାର ୭୫ ବର୍ଷ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କିଛି ଗ୍ରାମ ମାନଙ୍କରେ ମୌଳିକ ସୁବିଧା ପହଂଚି ନଥିବା ଜାଣିବାକୁ ପାଇଥିଲେ। ଏହି ଗ୍ରାମ ମାନଙ୍କରୁ ଆସିଥିବା ସମସ୍ୟା ଗୁଡିକ ସଂଗଠନ ଲୋକମାନଙ୍କ ଦ୍ଵାରା କଲ୍ୟାଣସିଂପୁର ବ୍ଲକର ବିଡିଓ ସୁନୀଲ ଖରାଙ୍କୁ ଏକ ସାତ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି।

ଏହି ସମସ୍ୟା ଗୁଡିକ ତୁରନ୍ତ ସମାଧାନ କରାଯିବ ବୋଲି ବିଡ଼ିଓ ପ୍ରତିଶ୍ରୁତି ଦେଇଥିଲେ। ଦାବୀ ମଧ୍ୟରେ ୩୨ଟି ଗ୍ରାମରେ ଡ୍ରେନ ନିର୍ମାଣ ଓ ମରାମତି, ୩୨ଟି ଗ୍ରାମରେ( ସିସି) ସିମେଣ୍ଟ ରାସ୍ତା ନିର୍ମାଣ ଓ ମରାମତି, ୪୧ଟି ନଳକୂପ ମରାମତି, ୪୧ଟି ନଳକୂପର ପ୍ଲାଟଫର୍ମ ନିର୍ମାଣ ଓ ମରାମତି, ୩୦ଟି ଅଙ୍ଗନବାଡି କେନ୍ଦ୍ର ଭିତ୍ତି ନିର୍ମାଣ ଓ ମରାମତି ଭଳି ବିଭିନ୍ନ ଦାବୀ ଉଲ୍ଲେଖ କରିଥିଲେ। ଏହି ଦାବିପତ୍ର ବ୍ଲକର ସଭାପତି ରାମସିଂ କୁଲିସିକାଙ୍କ ନେତୃତ୍ୱରେ ଓ ସଙ୍ଗଠନ ସଦସ୍ୟ ସଦସ୍ୟା ଦେବେନ୍ଦ୍ର ସୁନା, ଗଙ୍ଗାରାଓ ପ୍ରାସ୍କା, ମକର ନେମାଲପୁରୀ, ବୁଟା କୁଲିସିକା, ଗୋମା ହୁଇକା, କୁଡୁଞ୍ଜି ମିନିଆକ, କୃମା କୁଲିସିକା ପ୍ରମୁଖଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା।

Comments are closed.