www.samajalive.in
Saturday, December 6, 2025
26.1 C
Bhubaneswar

ପାଚିଲା ଧାନ କିଆରୀ ଉଜାଡି ଦେଲା ବାତ୍ୟା

ଗୁରୁଡ଼ିଝାଟିଆ: ବାତ୍ୟା ‘ଦାନା’ କୃଷକର ଛଡାଇ ନେଇଛି ଦାନା। ମୁଣ୍ଡଝାଳ ତୁଣ୍ଡରେ ମାରି ଖରିଫ କରିଥିଲା। ଦାନା ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ଯୋଗୁଁଁ ପାଚିଲା ଧାନ କିଆରୀ ବୁଡି ରହିଛି। ଆଉ ଘରକୁ ଆଣିବା ଅବସ୍ଥାରେ ନାହିଁ କୃଷକ। କ୍ଷେତରେ ହିଁ ଗଜା ହୋଇ ନଷ୍ଟ ହେବ। ଏଭଳି ଅବସ୍ଥା ଦେଖାଦେଇଛି ଗୁରୁଡ଼ିଝାଟିଆ ଅଞ୍ଚଳରେ। ବିଶେଷତଃ ସ୍ୱଳ୍ପ ମିଆଦି ଧାନ ପାଚି ଯାଇଥିଲା। ଆଉ କେତେକ ସ୍ଥଳରେ ମଥା ମାରିଥିଲା।ସ୍ୱଳ୍ପ ସମୟ ମଧ୍ୟରେ ଆବଶ୍ୟକ ଧାନକଟା ଯନ୍ତ୍ର ନମିଳିବାରୁ ବର୍ଷା ସାଙ୍ଗକୁ ପବନ ଯୋଗୁଁଁ ପାଚିଲା ଧାନ ଶୋଇପଡ଼ିଥିଲା। ଯାହା ଫଳରେ କି ଏବେ ପାଣି ତା ଉପରେ ରହିଛି। ଧୁରୁଷିଆ, ଅନନ୍ତପୁର, ଘଣ୍ଟିଖାଲ, କଖଡି, ମଞ୍ଚେଶ୍ୱର ପଞ୍ଚାୟତରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି। ବିଚରା କୃଷକ ମୁଣ୍ଡରେ ହାତ ଦେଇଛି। ବର୍ଷକର ଦାନା ତାର ପେଟରୁ ଛଡାଇ ନେଇଛି ବାତ୍ୟା ଦାନା। ସେହିଭଳି ଭାବେ ଦୀର୍ଘମିଆଦି ଧାନ ଏବେ ଥୋରମୁଖି। ତାହା ମଧ୍ୟ ପବନ ଯୋଗୁଁଁ କ୍ଷତିଗ୍ରସ୍ତ ହୋଇଛି। ଜମିରେ ଧାନଗଛ ଶୋଇପଡ଼ିବା ଯୋଗୁଁଁ ତା ଉପରେ ମଧ୍ୟ ପାଣି ଜମିରହିଛି। ଯାହାଫଳରେ କି ଥୋରଧାନ ସଠିକ୍‌‌ ଭାବେ ବାହାରି ପାରିବ ନାହିଁ। ଯାହାବି ବାହାରିବ ତାହା ପାଣିରେ ଆହାର ନେଇପାରିବ ନାହିଁ। ଗୁରୁଡ଼ିଝାଟିଆ ଅଞ୍ଚଳର ନବେଢ଼ା ପଞ୍ଚାୟତମାନଙ୍କରେ ଧାନ ବାହାରୁଥିବା ଅବସ୍ଥାରେ ଲଗାଣବର୍ଷା ଓ ପବନ ଯୋଗୁଁଁ ଅନେକ କିଆରୀରେ ଅଗାଡି ହେବାର ସମ୍ଭାବନା ଦେଖାଦେଇଛି। କୃଷି ବିଭାଗ ତରଫରୁ ଏହାର ଯଥା ରୀତି ଅନୁଧ୍ୟାନ ପୂର୍ବକ ତଦନ୍ତ କରାଯାଇ କ୍ଷତିଗ୍ରସ୍ତ କୃଷକଙ୍କୁ ସହାୟତା ରାଶି ଦେବା ସଂଗେ ସଂଗେ ରବି ଫସଲ ବିହନ ରିହାତିରେ ଯୋଗାଇଦେବା ପାଇଁ ସ୍ଥାନୀୟ ଅଞ୍ଚଳର କୃଷକମାନେ ଦାବି କରିଛନ୍ତି। ବିଶେଷତଃ ଏହାଦ୍ୱାରା କୌଣସି କୌଣସି ପ୍ରକାରେ ରବି ଫସଲ ରେ ଧାନକ୍ଷେତରେ ହୋଇଥିବା କ୍ଷତିକୁ ଭରଣା କରିପାରିବେ। ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟିଦେବା ପାଇଁ କୃଷକମାନେ ଦାବି କରିଛନ୍ତି।

 

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories