ଗୋପାଳପୁର ଅଶାନ୍ତ ସମୁଦ୍ର, ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ପରିବହନ ମନ୍ତ୍ରୀ

ଗୋପାଳପୁର: ଗୋପାଳପୁର ଏନଏସିରେ ବାତ୍ୟା ଦାନାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଛିl ଆଜି ଗୋପାଳପୁର ବନ୍ଦରକୁ ୩ ନମ୍ବର ସଂକେତ ଜାରି ହୋଇଥିବା ବେଳେ ସମୁଦ୍ର ଅଶାନ୍ତ ରହିବା ସହ ଉଚ୍ଚ ଜୁଆର ଉଠୁଥିବା ଦେଖିବାକୁ ମିଳିଛିl ଆଜି ବାତ୍ୟା ଦାନାର ପ୍ରଭାବରେ ଅପରାହ୍ନ ଠାରୁ ପାଗ ମେଘୁଆ ରହିବା ସହ ଝିପି ଝିପି ବର୍ଷା ଆରମ୍ଭ ହୋଇଛି l ବାତ୍ୟାକୁ ନଜରରେ ରଖି ଏନଏସି ପକ୍ଷରୁ ଝୁପୁଡ଼ି ବସ୍ତି ବାସିନ୍ଦାକୁ ସ୍ଥାନୀୟ ବହୁମୁଖୀ ଆଶ୍ରୟ ସ୍ଥଳିକୁ ସ୍ଥାନାନ୍ତର କରାଯାଇ ୧୨୫ ଲୋକଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯାଇଥିଲାl ବ୍ରହ୍ମପୁର ଉପଜିଲ୍ଲାପାଳ ଧୀନା ଦସ୍ତlଗିରି ଗୋପାଳପୁର ବାତ୍ୟା ଆଶ୍ରୟସ୍ଥଳିରେ ପହଞ୍ଚି ରହିଥିବା ଲୋକଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରି ଆବଶ୍ୟକ ବେଳେ ଏନ ଏ ସି ସହ ଯୋଗାଯୋଗ କରିବାକୁ କହିଥିଲେl ସନ୍ଧ୍ୟାରେ ସ୍ଥାନୀୟ ବିଧାୟକ ତଥା ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପହଞ୍ଚି ପ୍ରଥମେ ଜେଟି ନିକଟରେ ଥିବା ବେଳାଭୂମିକୁ ଯାଇ ବୁଲି ଦେଖିବା ସହ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେl ପରେ ସ୍ଥାନୀୟ ବହୁମୁଖୀ ଆଶ୍ରୟସ୍ଥଳିକୁ ଯାଇ ରହୁଥିବା ଝୁପୁଡ଼ି ବସ୍ତି ବାସିନ୍ଦାଙ୍କ ସହ ରହିବା, ଖାଇବା ବୁଝିବା ସହ ଦରକାର ପଡିଲେ ପ୍ରଶାସନ ସମସ୍ତ ସହଯୋଗ କରିବ ବୋଲି କହିଥିଲେl

Comments are closed.