www.samajalive.in
Sunday, December 7, 2025
23.1 C
Bhubaneswar

ଗୋପାଳପୁର ଏନଏସିରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ଗୋପାଳପୁର: ଗୋପାଳପୁର ଏନଏସିରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଛି। ସକାଳୁ କାର୍ଯ୍ୟାଳୟ ପରିସରରେ ପତକା ଉତ୍ତୋଳନ କରାଯାଇଥିଲା। ପରେ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ, ଜାଗୃତି ସେବା ସଦନ, ଶ୍ରଦ୍ଧା ସଞ୍ଜବିନୀ କେନ୍ଦ୍ର, ଜରା ନିବାସରେ ଅନ୍ତଃବାସୀଙ୍କୁ ଫଳ ବଣ୍ଟନ କରା ଯାଇଥିଲା। ପରେ ସନ୍ଧ୍ୟାରେ ନୂତନ ବସଷ୍ଟାଣ୍ଡ ପରିସରରେ ଏନଏସି ଅଧ୍ୟକ୍ଷ ଏ. ଜାନକୀ ରାମଙ୍କ ଅଧକ୍ଷତାରେ ଏକ ସଭା ଆୟୋଜନ ହୋଇଥିଲା। ଏଥିରେ ଅତିଥି ଭାବେ ଇଲେକ୍ଟ୍ରିକାଲ ଯନ୍ତ୍ରୀ ସୁରେଶ ଶତପଥୀ, ଉପାଧ୍ୟକ୍ଷା ବି.ଉମାଙ୍କ ସମେତ ସମସ୍ତ କାଉନସିଲ ମଂଚାସୀନ ରହି ସ୍ୱାୟତ୍ତ ଶାସନ ଦିବସ ଉପରେ ଆଲୋକପାତ କରିଥିଲେ। ଏ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ ଗୋପାଳପୁର ଏକ ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ବେଳେ ସଫା ସୁତରା ରଖିବାକୁ କହିବା ସହ ନିୟମିତ ହୋଲଡିଂ କର ବାନ୍ଧିବା, ନିଜ ନିଜ ଅଞ୍ଚଳକୁ ସଫା ସୁତରା ରଖିବା ଏବଂ ନିଜ ଘରର ଅଳିଆ ଆବର୍ଜନାକୁ ଅଳିଆ ଗାଡ଼ିରେ ପକାଇବା ସହ ଡଷ୍ଟବିନ୍ ବ୍ୟବହାର କରିବାକୁ ଅନୁରୋଧ କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories