www.samajalive.in
Wednesday, December 10, 2025
26.1 C
Bhubaneswar

ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରେ ବାଘ ଆତଙ୍କ

ହରଭଙ୍ଗା: ବୌଦ୍ଧ ବନଖଣ୍ଡ ଅଧିନସ୍ଥ ମାଧପୁର ରେଞ ଅର୍ନ୍ତଗତ ତଳଗାଁ ଫରେଷ୍ଟ ସେକସନର ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରେ ସମ୍ପ୍ରତି ବାଘ ଆତଙ୍କକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଗତ ଶନିବାର ସଂରକ୍ଷିତ ଜଙ୍ଗଲର କମ୍ପାଟମେଂଟ -୪ର ବଡବୁରୁଣୀଠାରେ ଏକ ବଳଦକୁ ବାଘ ମାରି ଖାଇଥିବା ଘଟଣା ଜଣାପଡ଼ିବା ପରେ ସୋମବାର ମାଧପୁର ରେଞ ଅଫିସର ଆଶିକ କୁମାର ଦିଗାଲଙ୍କ ନେତୃତ୍ୱରେ ଏକ ଟିମ ଘଟଣାସ୍ଥଳରେ ପଂହଚି ଘଟଣାର ସରଜମିନ ତଦନ୍ତ କରି ଫେରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଗତ ଦୁଇଦିନ ତଳେ ତଳଗାଁ ପଂଚାୟତ ଡାକପଦର ଗ୍ରାମର ସନାତନ କହଁରଙ୍କ ଏକ ବଳଦ ମୁଣ୍ଡେଶ୍ୱର ଜଙ୍ଗଲ ମଧ୍ୟରେ ଚରିବା ସମୟରେ ବାଘ ତାକୁ ମାରିଖାଇଥିବା ରବିବାର ଜଣାପଡ଼ିଥିଲା। ଜଙ୍ଗଲରେ ବଳଦର ଦେହାବଶେଷ ପାଖରେ ବାଘର ପାଦଚିହ୍ନ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏ ସର୍ମ୍ପକରେ ଖବର ପାଇ ଆଜି ମାଧପୁର ରେଞ ଅଫିସରଙ୍କ ନେତୃତ୍ୱରେ ତଳଗାଁ ଫରେଷ୍ଟର ସୁମନ୍ତ ମଲ୍ଲିକ, ଆଡେଣିଗଡ଼ ଫରେଷ୍ଟର ସୁନିଲ କ୍ଷେତୀ, ଗଣ୍ଡାପାଜୁ ବନରକ୍ଷୀ ଶରତ ନାଏକ ସ୍ୱାର୍ଡ ଟିମ ଘଟଣାସ୍ଥଳରେ ପଂହଚି ସରଜମିନ ତଦନ୍ତ କରିଥିଲେ। ପ୍ରାଥମିକ ତଦନ୍ତରୁ ବଳଦିଟିକୁ କଲରାପତରିଆ ବାଘ ମାରି ଖାଇଥିବା ରେଞର ସୂଚନା ଦେଇଛନ୍ତି। କଳରାପତରିଆ ବାଘ ଚଳପ୍ରଚଳକୁ ନେଇ ଲୋକଙ୍କୁ ଜଙ୍ଗଲ ମଧ୍ୟକୁ ଯିବାକୁ ବନବିଭାଗ ବାରଣ କରିଛି। ସୂଚନା ଥାଉ କି ଗତ ୨୦୨୧ରେ ମାଧପୁର ଫରେଷ୍ଟ ରେଞ ଅଧିନସ୍ଥ ତଳଗାଁ ଫରେଷ୍ଟ ସେକସନର ଗଣ୍ଡାପାଜୁ ନିକଟସ୍ଥ ହାତୀଧରା ସଂରକ୍ଷିତ ଜଙ୍ଗଲରେ ଏକ ମହାବଳ ବାଘ ଗୋଟିଏ ସମ୍ବରକୁ ମାରି ଖାଇଥିବା ଜଣାପଡ଼ିଥିଲା।ଗତ ୨୦୧୮ ମସିହାରେ ମାଧପୁର ଫରେଷ୍ଟ ରେଞର ଅପହଂଚ ଇଲାକା କାଚପାଜୁ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଗୁହାଳ ଘରୁ ବିଳମ୍ବିତ ରାତ୍ରିରେ ଏକ ବାଘ ବଳଦକୁ ଝାମ୍ଫି ନେଇ ମାରିଖାଇଥିବା ଘଟଣା ନଜରକୁ ଆସିଥିଲା।

Hot this week

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

Related Articles

Popular Categories