ଗୁରୁଡ଼ିଝାଟିଆ: ବନ୍ୟପ୍ରାଣୀ ସପ୍ତାହ ଉପଲକ୍ଷେ ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣୀ ବନାଞ୍ଚଳ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଛି। ବନାଞ୍ଚଳ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରୁ ୩ଜଣ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ। କନିଷ୍ଠ ବର୍ଗ ପାଇଁ ଚତୁପାର୍ଶ୍ବରେ ଦେଖାଯାଉଥିବା ବନ୍ୟପ୍ରାଣୀ ଓ ବରିଷ୍ଠ ବର୍ଗ ପାଇଁ ବିଲୁପ୍ତପ୍ରାୟ ବନ୍ୟପ୍ରାଣୀଙ୍କ ଉପରେ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ବନାଞ୍ଚଳ ଅଧିକାରୀ ନୀଳମାଧବ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗୀତା ହୋଇଥିବା ବେଳେ ଏଥିରେ ବନାଞ୍ଚଳ ବନରକ୍ଷୀମାନେ ସହଯୋଗ କରିଥିଲେ। ଅକ୍ଟୋବର ପ୍ରଥମ ସପ୍ତାହରେ ବିଶ୍ୱ ବନ୍ୟପ୍ରାଣୀ ସପ୍ତାହ ପାଳିତ ହେବ।
Popular Categories



