www.samajalive.in
Saturday, December 6, 2025
16.1 C
Bhubaneswar

ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନିଦାନ ପରୀକ୍ଷା କେନ୍ଦ୍ରରେ ଗଳୁଛି ବର୍ଷାଜଳ

ଗୁରୁଡ଼ିଝାଟିଆ: ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ଆଠଗଡ଼ ବ୍ଲକର ୨୬ଟି ସ୍ୱାସ୍ଥ୍ୟ ଉକକେନ୍ଦ୍ର ସହିତ ଗୁରୁଡ଼ିଝାଟିଆ, ଜାଗିଆପଡ଼ା, ଯୋରନ୍ଦା, ଖୁଣ୍ଟୁଣୀ ଓ ଜେନାପଦା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅଞ୍ଚଳର ଜନସାଧାରଣଙ୍କୁ ଚିକିତ୍ସାସେବା ଯୋଗାଇ ଦେଇଆସୁଛି। ଯକ୍ଷ୍ମା ପରୀକ୍ଷା ଠାରୁ ଆରମ୍ଭ କରି ଜନ୍ମମୃତ୍ୟୁ ପ୍ରମାଣ ପଦ୍ର ଓ କୁଷ୍ଠ ଆଦି ରୋଗର ପରୀକ୍ଷା ଓ ବିଭିନ୍ନ ରୋଗର ନିଦାନ ଏହି ଚିକିତ୍ସାଳୟ ଉପରେ ନିର୍ଭର କରିଥାଏ। ଚିକିତ୍ସାଳୟକୁ ଦୈନନ୍ଦିନ ଶତାଧିକ ରୋଗୀ ଚିକିତ୍ସା ପାଇଁ ଆସୁଥିବା ବେଳେ ନିଦାନ ମଧ୍ୟ ପରୀକ୍ଷା କରିଥାନ୍ତି। ହେଲେ ନିଦାନ ପରୀକ୍ଷା ପ୍ରକୋଷ୍ଠ ପରିସରରେ ବର୍ଷାପାଣି ଜମି ରହୁଛି। ଲଗାଣ ବର୍ଷା ହେଲେ ପ୍ରକୋଷ୍ଠର ଛାତ ଉପରୁ ଗଳୁଛି ବର୍ଷାଜଳ। ଯାହାଫଳରେ ରୋଗୀମାନେ ଅସୁବିଧାର ସମ୍ମୁଖିନ ହେବା ସହ ରକ୍ତ, ମଳ ମୁତ୍ର ଆଦି ପରୀକ୍ଷା କରୁଥିବା ବିଶେଷଜ୍ଞମାନେ ମଧ୍ୟ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଚିକିତ୍ସାଳୟ ପକ୍ଷରୁ ନିଦାନ ପରୀକ୍ଷା ପ୍ରକୋଷ୍ଠ ଛାତରୁ ବର୍ଷାଜଳ ପଡୁ ଥିବାରୁ ଗ୍ରୀଡିଂ କରାଯାଇଥିଲେ ମଧ୍ୟ ତାହା ଫଳପ୍ରଦ ହୋଇନାହିଁ ଯାହା ଫଳରେ ବର୍ଷାଜଳ ପୁନର୍ବାର ଗଳୁଛି। ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡାକ୍ତର ଦିଲ୍ଲିପ ଦାସ ଏ ସଂପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ସହ ଚାରବାଟିଆ ସ୍ଥିତ ପୂର୍ତ୍ତ ବିଭାଗର ରାସ୍ତା ଓ କୋଠାବାଡି ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ବିହୀତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ମଧ୍ୟ ଜଣାଇଛନ୍ତି। ହେଲେ ପୂର୍ତ୍ତବିଭାଗ କର୍ତ୍ତୃପକ୍ଷ ବିଳମ୍ବ କରୁଥିବାରୁ ରୋଗୀମାନେ ଭୋଗୁଛନ୍ତି ଯନ୍ତ୍ରଣା ବୋଲି ଅଭିଯୋଗ ହେଉଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories