www.samajalive.in
Sunday, December 7, 2025
16.1 C
Bhubaneswar

ତହସିଲଦାର ଓ ଖଣି ବିଭାଗ କଟକଣାକୁ ମାନୁନାହିଁ ଓସ୍ତିଆ ବାଲିଘାଟ

କଳାପଥର (ବାଙ୍କୀ): ମହାନଦୀର ଓସ୍ତିଆ ବାଲିଘାଟରୁ ବାଲି ଉତ୍ତୋଳନ କରାଯାଇ ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ସ୍ଥାନକୁ ଗ୍ରାମ ରାସ୍ତା ଦେଇ ଶହ ଶହ ହାୱାଇ ଗାଡିରେ ଚାଲାଣ ହେଉଛି। ବାଲିଘାଟ ବେଆଇନ ଭାବେ ଚାଲିବା ଦ୍ୱାରା ଭୟଭୀତ ଅବସ୍ଥାରେ ଥିବା ସୁବର୍ଣ୍ଣପୁର ଓ ଓସ୍ତିଆ ଅଧିବାସୀ ବାରମ୍ବାର ଓସ୍ତିଆ ବାଲି ଘାଟ ବନ୍ଦ ପାଇଁ ବିରୋଧ ହେଉଥିଲେ ମଧ୍ୟ ସୁଫଳ ମିଳୁନାହିଁ। ଘାଟଟି ସମ୍ପୂର୍ଣ ବେଆଇନ ଜାଣିବା ପରେ ଘାଟ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଥିଲେ ମଧ୍ୟ ସଂଧ୍ୟା ଗଡ଼ିଲା କ୍ଷଣି ବାଲି ଚୋରା ଉତ୍ତୋଳନ ହେଉଛି। ସେପଟେ ସୁବର୍ଣ୍ଣପୁର ମୌଜାରେ ବେଆଇନ ବାଲି ଘାଟ ଓସ୍ତିଆ ବାଲିଘାଟ ତିଆରି କରି ଉକ୍ତ ବାଲି ଘାଟ ଡିପୁରେ ୧୬ ହଜାର ସିଏମ ବାଲି ଗଛିତ ରଖିଛନ୍ତି। ବର୍ଷକୁ ୧୩ ସିଏମ ବାଲି ଉତ୍ତୋଳନ କରିବା ନିୟମ ଥିବା ବେଳେ କାହା ନିର୍ଦେଶରେ ଏତେ ବାଲି ମହାନଦୀରୁ ଉତ୍ତୋଳନ କରାଯାଉଛି ସେ ନେଇ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି।

ସୂଚନା ଅନୁଯାୟୀ, ଓସ୍ତିଆ ବାଲିଘାଟର ଟେଣ୍ଡର ଧରିଛନ୍ତି ବାରଙ୍ଗ ତ୍ରିସୁଳିଆ ଅଂଚଳର ଚିନ୍ମୟୀ ମୁଦୁଲି କିନ୍ତୁ କିନ୍ତୁ ଘାଟ ଚାଲୁଛି ଏବେ ସୁବର୍ଣ୍ଣପୁର ମୌଜାରେ ଆଉ ଯେଉଁ ବାଲି ଉତୋଳନ ପାଇଁ ହିଟଜୀ କକ୍ଲିନ ମେସିନ ଦୁଇ ଗୋଟି ରହିଛି ତାହା ତାଙ୍କ ସ୍ୱାମୀ ସୁକାନ୍ତ ମୁଦୁଲିଙ୍କ ନାମରେ ରହିଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories