ବ୍ରହ୍ମପୁର: ଜଣେ ଠିକାଦାରଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଧରାପଡ଼ିଛନ୍ତି ବ୍ରହ୍ମପୁର ସ୍ଥିତ କେନ୍ଦ୍ରୀୟ ଜିଏସଟି କାର୍ଯ୍ୟାଳୟର ଅଧିକ୍ଷକ ମନୋଜ କୁମାର ସୁବୁଦ୍ଧି। ଏ ନେଇ ସିବିଆଇର ୧୨ ଜଣ ଅଧିକାରୀ ବ୍ରହ୍ମପୁର ଅନନ୍ତ ନଗର ସ୍ଥିତ କେନ୍ଦ୍ରୀୟ ଜିଏସଟି ଡିଭିଜନ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରଖିଛନ୍ତି। ଜଣେ ଠିକାଦାରଙ୍କ ଜିଏସଟି ରିଫଣ୍ଡ ମୂଲ୍ୟ ବିଲ ପାସ କରିବାକୁ ଅଧିକ୍ଷକ ଶ୍ରୀ ସୁବୁଦ୍ଧି ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଶେଷରେ ୧୫ ହଜାର ଟଙ୍କାରେ ସ୍ଥିର ହୋଇଥିଲା। ଆଜି ଠିକାଦାର ଜଣଙ୍କ ୧୫ ହଜାର ଟଙ୍କା ଦେବା ବେଳେ ଅଧୀକ୍ଷକଙ୍କୁ ସିବିଆଇ ଅଧିକାରୀ ମାଡ଼ି ବସିଥିଲେ।
Popular Categories



