www.samajalive.in
Saturday, December 6, 2025
26.1 C
Bhubaneswar

ହର୍ଷୋଲ୍ଲାସରେ ପାଳିତ ହେଲା ରଥଯାତ୍ରା

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ଏଥିପାଇଁ କି ଗାଁ କି ସହର ହୋଇଉଠିଥିଲା ଉତ୍ସବ ମୁଖର। ଲାଞ୍ଜିଗଡ ବ୍ଲକର ଲାଞ୍ଜିଗଡ଼, ଲାଞ୍ଜିଗଡ ରୋଡ, ମୁଷାନାଳ, ରାମଚନ୍ଦ୍ରପୁର ଓ ଗନ୍ଧରବାରୁଠାରେ ରଥଯାତ୍ରା ହର୍ଷୋଲ୍ଲାସର ସହିତ ପାଳିତ ହୋଇଯାଇଛି। ଲାଞ୍ଜିଗଡସ୍ଥିତ ମନ୍ଦିରରେ ପ୍ରଭୁଙ୍କ ସମସ୍ତ ନୀତିକାନ୍ତି ପରେ ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ରଥକୁ ଟାଣିଟାଣି ମାଉସୀ ମାଆ ମନ୍ଦିରକୁ ନେଇଯାଇଥିବା ବେଳେ ଅପରାହ୍ନ ୪ଟାରେ ଶ୍ରୀଜୀଉଙ୍କ ଛେରାପହଁରା ଅନୁଷ୍ଠିତ ହୋଇଥିଲା। ଲାଞ୍ଜିଗଡ ରାଜା ରାଜେନ୍ଦ୍ର ପ୍ରତାପ ସିଂଦେଓ ଛେରାପହଁରା କରିଥିଲେ। ଲାଞ୍ଜିଗଡ ରଥଯାତ୍ରା ଦେଖିବା ପାଇଁ ଆଖପାଖ ଅଞ୍ଚଳ ସମେତ ନିୟମଗିରି ଅଞ୍ଚଳରେ ରହୁଥିବା ଝରଣିଆ, ଡଙ୍ଗରିଆ କନ୍ଧ ତାଙ୍କ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଓ ବେଶଭୂଷାରେ ସଜ୍ଜିତ ହୋଇ ଯାତ୍ରାସ୍ଥଳୀକୁ ଆସିଥିଲେ। ଅସହ୍ୟ ଗରମ ଏବଂ ଗୁଳୁଗୁଳି ସତ୍ୱେ ହଜାର ହଜାର ଭକ୍ତଙ୍କ ଭିଡ଼ ହେଇଥିଲା। ଏହି ରଥଯାତ୍ରାକୁ ଶ୍ରୀ ହରିହର ସାଂସ୍କୃତିକ ଅନୁଷ୍ଠାନ ଓ ଜଗନ୍ନାଥ ମନ୍ଦିର କମିଟି ତରଫରୁ ସୁଚାରୁ ରୁପେ ପରିଚାଳନା କରାଯାଇଥିଲା। ସେହିପରି ଲାଞ୍ଜିଗଡ ରୋଡ, ରାମଚନ୍ଦ୍ରପୁର, ଗନ୍ଧରବାରୁ ଓ ମୁଷାନାଳଠାରେ ମଧ୍ୟ ରଥଯାତ୍ରା ସୁରୁଖୁରୁରେ ପାଳିତ ହୋଇଯାଇଛି। ଲାଞ୍ଜିଗଡ, ବିଶ୍ୱନାଥପୁର, ଶିକେରକୁପା ପୁଲିସ ତରଫରୁ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସିଆରପିିଏଫ୍ ସବୁ ଯାତ୍ରାସ୍ଥଳରେ ମୁତୟନ କରାଯାଇଥିଲା।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories