ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ କାର୍ଯ୍ୟକ୍ରମ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପରିସରରେ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଡ଼ିଓ ମନୀଷା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା ଯୋଗ ଦେଇଥିବା ବେଳେ ଅଗ୍ନିଶମ ବିଭାଗ ଅଧିକାରୀ ଜଗଦୀଶ ଖରା, ବ୍ଲକ ସହକରି ଯନ୍ତ୍ରୀ ସବ୍ୟସାଚୀ ନାୟକ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଚନ୍ଦନ ଦାସ ବାଙ୍ଗାରୀ, ସାମାଜିକ ସୁରକ୍ଷା ଅଧିକାରୀ ବିଶ୍ୱଜିତ ସିଂ, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସୁରେଶ ମହାନ୍ତି ପ୍ରମୁଖ ମଞ୍ଚାସିନ ରହିଥିଲେ। ବୈଠକରେ ଆଗକୁ ବର୍ଷା ଦିନ ଆସୁଛି ସ୍ଥାନେ ସ୍ଥାନେ ପାଣି, ଅଳିଆ ଜମା ନ କରିବା, ପରିବେଶ ସଫା ସୁତୁରା କିପରି ରଖିବା, ଡେଙ୍ଗୁ, ଡାଇରିଆ ଓ ମ୍ୟାଲେରିଆ ଉପରେ ଆଲୋଚନା କରିଥିଲେ।

Comments are closed.