www.samajalive.in
Monday, December 8, 2025
27.1 C
Bhubaneswar

ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତର କାଙ୍ଗସିରି ଗ୍ରାମର ମାନୁ ଶିକକାଙ୍କ ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ମାନୁ ଶିକକାଙ୍କ ସ୍ତ୍ରୀ ସବିତା ଶିକକାଙ୍କ ୫ ବର୍ଷର ପୁଅ ଗୌତମ ଶିକକା ଜନ୍ମ ଗ୍ରହଣ କରିବାର ଦୁଇ ମାସ ହେବା ପରେ ତାକୁ ଭୀଷଣ ଜ୍ୱର ହୋଇଥିଲା। ପ୍ରଥମେ ପୁଅକୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିଛି ଦିନ ଧରି ଚିକିତ୍ସା ହେବା ପରେ ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଏକ ମାସ ଧରି ରହିବା ପରେ କୋରାପୁଟ ମେଡିକାଲକୁ ପଠାଇ ଦେଇଥିଲେ। ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ପଠା ଯାଇଥିଲା। ଆର୍ଥିକ ଅଭାବ ଯୋଗୁଁ ବ୍ରହ୍ମପୁର ମେଡିକାଲକୁ ନେଇ ପାରିନାହିଁ ବୋଲି କୋହ ଭରା କଣ୍ଠରେ କହିଛନ୍ତି ମାନୁ। ପୁଅର ଗୋଡ଼ ହାତ ବଙ୍କା ହୋଇଯାଇଥିବାରୁ ଠିଆ ହୋଇପାରୁ ନାହିଁ, କଥା କହି ପାରୁ ନାହିଁ ବୋଲି ମାଆ ସବିତା କହିଛନ୍ତି। ଏହି ପରିବାର ଆଦିବାସୀ ଶେଣୀର ଅଟନ୍ତି। କୁଲି କାମ କରି ପରିବାରର ୪ ପ୍ରାଣୀଙ୍କ ଭରଣପୋଷଣ କରିଆସୁଛନ୍ତି। ବର୍ତ୍ତମାନ ୫ ମାସର ପୁଅ ରହିଛି। କିପରି ପୁଅ ଗୌତମର ଚିକିତ୍ସା କରିବେ ବୋଲି ଚିନ୍ତାରେ ଭାଙ୍ଗି ପଡିଛନ୍ତି। ସରକାର ସାହାଯ୍ୟ କଲେ ପୁଅର ଉତ୍ତମ ଚିକିତ୍ସା କରିବେ ବୋଲି ଗୌତମର ମା’ କହିଛନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories