www.samajalive.in
Saturday, December 6, 2025
26.1 C
Bhubaneswar

ଅନ୍ଧକାରରେ ଚମ୍ପୁଆ ଓ ଆନନ୍ଦପୁର ବିଧାୟକଙ୍କ ରାଜନୈତିକ ଭବିଷ୍ୟତ

କେନ୍ଦୁଝରଗଡ଼଼: ଚଳିତ ସାଧାରଣ ନିର୍ବାଚନରେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ଓ ଆନନ୍ଦପୁରର ବିଧାୟକ ଭାଗିରଥୀ ସେଠୀଙ୍କୁ ବାଦ୍‌‌ ଦେଇ ତାଙ୍କ ସ୍ଥାନରେ ସନତାନ ମହାକୁଡ ଓ ଅଭିମନ୍ୟୁ ସେଠୀଙ୍କ ପ୍ରତି ଦଳର ମୁଖିଆ ଆସ୍ଥାପ୍ରକଟ କରି ପ୍ରାର୍ଥୀ ଘୋଷଣା କରିବା ପରେ ଏବେ ଏହି ଦୁଇନେତାଙ୍କ ରାଜନୈତିକ ଭବିଷ୍ୟତ ନେଇ ଅଙ୍କକଷା ଆରମ୍ଭ ହୋଇଛି। ପଞ୍ଚାୟତସମିତି ସଭ୍ୟା, ଜିଲାପରିଷଦ ସଦସ୍ୟା ହୋଇ ପରବର୍ତ୍ତୀ ସମୟରେ କେନ୍ଦୁଝର ଜିଲାର ପ୍ରଥମ ମହିଳା ବିଧାୟିକା ଭାବେ ମିନାକ୍ଷୀ ମହାନ୍ତ ଚମ୍ପୁଆ ଆସନରୁ ୨୦୧୯ରେ ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ। ମିନାକ୍ଷୀଙ୍କ ଲମ୍ବା ରାଜନୈତିକ କ୍ୟାରିୟର ନେଇ ତାଙ୍କ ସମର୍ଥକ ମାନେ ବେଶ୍‌‌ ଆଶାବାଦୀ ଥିବାବେଳେ ତାଙ୍କର ରାଜନୈତିକ ମାର୍ଗଦର୍ଶକ ଚମ୍ପୁଆର ପୂର୍ବତନ ସ୍ୱାଧିନ ବିଧାୟକ ସନାତନଙ୍କ କୋପ ଦୃଷ୍ଟି ଯୋଗୁଁ ଶେଷରେ ସେ ଚଳିତ ନିର୍ବାଚନରେ ଦଳୀୟ ଟିକେଟରୁ ବଞ୍ଚିତ ହୋଇଥିବା ବେଳେ ତାଙ୍କର ଭବିଷ୍ୟତ ରାଜନୈତିକ କାର୍ଯ୍ୟକଳାପ କ’ଣ ରହିବ ତାହାରି ଉପରେ ସଭିଁଙ୍କ ନଜର ରହିଛି। ସେହିଭଳି ଭାଗିରଥୀ ସେଠୀ ଆନନ୍ଦପୁର ଆସନରୁ ୨୦୦୪ରେ ବିଜେଡି-ବିଜେପି ମେଣ୍ଟ ପ୍ରାର୍ଥୀ ବିରୋଧରେ ସ୍ୱାଧିନ ଭାବେ ଲଢ଼ି ୧୨୪୪୦ଖଣ୍ଡ ଭୋଟ ପାଇଥିବା ବେଳେ ୨୦୦୯ରେ ଶାସକ ବିଜେଡିରୁ ପ୍ରାର୍ଥୀ ହୋଇ ପ୍ରଥମଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୧୪ରେ ଶ୍ରୀ ସେଠୀଙ୍କୁ ଦଳ ପ୍ରାର୍ଥୀ ନକରିବାରୁ ସେ ବିଜେଡି ଛାଡି ବିଜେପିରେ ଯୋଗଦେବା ସହ ୨୦୧୯ ନିର୍ବାଚନରେ ଆନନ୍ଦପୁର ଆସନ ପାଇଁ ବିଜେପିରୁ ଟିକେଟ ମଧ୍ୟ ପାଇଥିଲେ। ତେବେ ଭାଗିରଥୀଙ୍କ ପ୍ରତି ବିଜେଡି ରାଜ୍ୟ ସଭାପତି ପୁଣିଥରେ ଆସ୍ଥାପ୍ରକଟ କରି ଆନନ୍ଦପୁର ଆସନ ପାଇଁ ବିଜେଡିରୁ ଟିକେଟ୍‌‌ ପ୍ରଦାନ ପରେ ଭାଗିରଥୀ ପୁଣିଥରେ ବିଜେପି ଛାଡି ବିଜେଡିରୁ ପ୍ରାର୍ଥୀ ହୋଇ ଦ୍ୱିତୀୟଥର ପାଇଁ ବିଧାନସଭାକୁ ଯିବାରେ ସମର୍ଥ ହୋଇଥିଲେ। ଚଳିତ ନିର୍ବାଚନରେ ଆନନ୍ଦପୁର ଆସନ ପାଇଁ ଅଭିମନ୍ୟୁ ସେଠୀଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିବା ପରେ ଭାଗିରଥୀଙ୍କ ଆଗାମୀ ରାଜନୈତିକ ଭବିଷ୍ୟତ କ’ଣ ହେବ ସେ ନେଇ ଅଙ୍କକଷା ଆରମ୍ଭ ହୋଇଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories