ଧାମରା: ଭଦ୍ରକ ଜିଲ୍ଲା ଧାମରା ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପିକଅପର ଚାଳକର ଘଟଣାସ୍ଥଳରେ ମୃତ୍ୟୁ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣଙ୍କୁ ବାସୁଦେବପୁର ମେଡିକାଲକୁ ପଠାଯାଇଛି। ଆଜି ସକାଳ ୯ଟା ସମୟରେ କେନ୍ଦ୍ରାପଡାର ରାମନଗର ଅଂଚଳରୁ ଏକ ପିକଅପ ମାଛ ନେବାପାଇଁ ଧାମରାକୁ ଆସୁଥିବା ବେଳେ ସମ୍ପୃକ୍ତ ପିକଅପ ଧାମରା ରାସ୍ତା କଡରେ ଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ପିକଅପ ଚାଳକର ମୃତ୍ୟୁ ଘଟିଥିବା ବେଳେ ଆହତ ୨ ଜଣଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାସୁଦେବପୁର ମେଡିକାଲକୁ ପଠାଯାଇଛି। ମୃତ ଚାଳକ ବାବୁଲା ସରକାରଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ରାମନଗରରେ ହୋଇଥିବା ବେଳେ ଆହତ ରାମକୃଷ୍ଣ ଏବଂ ଦେବସଙ୍କର ଘର ମଧ୍ୟ ରାମନଗର ବୋଲି ଜଣାଯାଇଛି।
Popular Categories



