www.samajalive.in
Saturday, December 6, 2025
16.1 C
Bhubaneswar

ରେଙ୍ଗାଲିରେ ଭାଷା ସାହିତ୍ୟ ଓ ସୃଜନଶୀଳତା କାର୍ଯ୍ୟକ୍ରମ

ରେଙ୍ଗାଲି: ରେଙ୍ଗାଲି ବ୍ଲକର କତରବଗା ହାଇସ୍କୁଲରେ ଭାଷା, ସାହିତ୍ୟ ସୃଜନଶୀଳତା ଉତ୍ସବ ଆୟୋଜିତ ହୋଇ ଯାଇଛି। ଏହି ଅବସରରେ ମୋ କଥା ମୋ କାହାଣୀ ଏବଂ ପ୍ରାଚୀର ପତ୍ରିକା ବର୍ଣ୍ଣାଳୀ ଉନ୍ମୋଚନ କରାଯାଇଥିଲା। ପ୍ରଧାନ ଶିକ୍ଷକ ରାଜେଶ କୁମାର ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ପଧାନ ମୁଖ୍ୟ ଅତିଥି ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପକ ଦୁଷ୍ମନ୍ତ ମେହେର ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ଭାଷା ସାହିତ୍ୟ ସୃଜନଶୀତା ଏବଂ କଳା କୌଶଳରେ ବିଭିନ୍ନ ଦିଗ ଉପରେ ଉଦବୋଧନ ଦେଇଥିଲେ।

ସେହିପରି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଲଇଡା ସ୍ଥିତ ଲଇଡା ସରକାରୀ (ବାଳକ) ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଭାଷା ସାହିତ୍ୟ ସୃଜନଶୀଳତା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ମମତା ନାଗଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଲଇଡା ସରପଞ୍ଚ ଜୋସ୍ନା ସା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସାମ୍ବାଦିକ ହରିହର ନାଥ ମୁଖ୍ୟବକ୍ତା, ପୂର୍ବତନ ପ୍ରଧାନ ଶିକ୍ଷକ ଗଙ୍ଗାଧର ସିଂ ଏବଂ ଆଲୁମିନିି ସଭାପତି ବିବେକାନନ୍ଦ ସାହୁ ସମ୍ମାନିତ ଅତିଥି ରୁପେ ଯୋଗଦାନ କରି ଛାତ୍ର ମାନଙ୍କୁ ଉତ୍ସାହିତ କରିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories