www.samajalive.in
Monday, December 8, 2025
14.1 C
Bhubaneswar

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଶୁଭାରମ୍ଭ

ବୌଦ୍ଧ: ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ୨୦୨୩- ୨୪ କ୍ରମରେ ମଙ୍ଗଳବାର ବୌଦ୍ଧ ଜିଲ୍ଲାରୁ ୬୫ ଜଣ ତୀର୍ଥଯାତ୍ରୀ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରୁ ୨ଗୋଟି ବସ୍ ଯୋଗେ ବ୍ରହ୍ମପୁର ଗସ୍ତ କରିଥଲେ। ସେଠାରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ବାରଣାସୀ ଓ ପ୍ରୟାଗରାଜକୁ ଯାଇ ଜାନୁଆରୀ ୨୨ରିଖ ଦିନ ବୌଦ୍ଧକୁ ପହଞ୍ଚିବାର କାର୍ୟ୍ୟକ୍ରମ ରହିଛି। ଏହି ତୀର୍ଥ ଯାତ୍ରୀ ଯୋଜନାରେ ତିନୋଟି ବ୍ଲକରୁ ୬୫ ଜଣ (ପୁରୁଷ – ୧୮, ମହିଳା-୧୧ ଏବଂ ସ୍ୱାମୀ ସ୍ତ୍ରୀ -୧୮ ଜଣ ) ବରିଷ୍ଠ ନାଗରିକ ବୌଦ୍ଧ ଜିଲ୍ଲାରୁ ତୀର୍ଥଯାତ୍ରାରେ ଯାଇଛନ୍ତି। ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ, ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ ପ୍ରଦିପ କୁମାର ଅମାତ ସବୁଜ ପତାକା ଦେଖାଇ ଏହି କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories