www.samajalive.in
Monday, December 8, 2025
14.1 C
Bhubaneswar

ଆୟ ଠାରୁ ୧୫୩% ଅଧିକ ସମ୍ପତ୍ତି ଠାବ, ଜେଲ ଗଲେ ଇଡକୋ ଚିଫ ଜେନେରାଲ ମ୍ୟାନେଜର

ଡେସ୍କ: ଭିଜିଲାନ୍ସ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଇଡକୋର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଓଡିଶା ପ୍ରଶାସନିକ ଅଧିକାରୀ ସରୋଜକାନ୍ତ ମହାନ୍ତିଙ୍କୁ ଗିରଫ କରିଛି। ଆୟ ଠାରୁ ସେ ୧୫୩ ପ୍ରତିଶତ ଅଧିକ ମୂଲ୍ୟର ସମ୍ପତ୍ତି ହାତେଇଥିବା ଓଡିଶା ଭିଜିଲାନ୍ସ ସ୍ପଷ୍ଟ କରିଛି। ଦୁଇ ଦିନ ଧରି ଭିଜିଲାନ୍ସ ସରୋଜଙ୍କ ୭ଟି ଠିକଣାରେ ଚଢ଼ାଉ କରିଥିଲା।

ଭୁବନେଶ୍ୱର, କଟକ ଓ ଯାଜପୁରର ୭ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ଚନ୍ଦ୍ରଶେଖରପୁର ଶୈଳଶ୍ରୀ ବିହାର ପ୍ଲଟ ନମ୍ବର ଜିଏ-୪୩୭ରେ ଥିବା ୩ ବିଏଚକେ ଘର, ବାରଙ୍ଗ ପାଟପୁରରେ ୩ ମହଲା ଫ୍ଲାଟ, ଧର୍ମଶାଳା ବ୍ରହ୍ମବରଦା ସ୍ଥିତ ପୈତୃକ ଘର, କଟକ ମହାନଦୀ ବିହାରରେ ଥିବା ୩ ମହଲା ଫ୍ଲାଟ, ଯାଜପୁର ଜାରକା ସ୍ଥିତ ଘର, ନୟାପଲ୍ଲୀ ଆଇଆରସି ଭିଲେଜ ଏନ-୪ରେ ସମ୍ପର୍କୀୟଙ୍କ ଘର ଏବଂ ଇଡ଼କୋ କାର୍ଯ୍ୟାଳୟରେ ଏକାକାଳୀନ ଚଢ଼ାଉ ବେଳେ ୧୦ଟି ଫ୍ଲାଟ, ବ୍ୟାଙ୍କ ଜମା, ୭୦ ଲକ୍ଷ ୫୫ ହଜାର ଟଙ୍କାର ବୀମା, ଗୋଟିଏ ୪ ଚକିଆ ଏବଂ ୨ଟି ଦୁଇ ଚକିଆ ଯାନ ସହ ୭୦୦ ଗ୍ରାମ ସୁନା ଅଳଙ୍କାର ଠାବ କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories