www.samajalive.in
Sunday, December 7, 2025
13.1 C
Bhubaneswar

ମଣ୍ଡି ପରିଚାଳନା ଏବଂ ଚାଷୀ ଋଣ ନେଇ ସ୍ୱତନ୍ତ୍ର ବୈଠକ

କଲମପୁର: ବଡକୁଟୃ ପ୍ରାଥମିକ କୃଷି ସମୟବାୟ ସମିତି କାର୍ଯ୍ୟାଳୟ ଠାରେ ମଣ୍ଡି ପରିଚାଳନା ଏବଂ ଚାଷୀ ଋଣ ନେଇ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେଇଯାଇଛି। କାର୍ଯ୍ୟ ନିର୍ବାହୀ ଅଧିକାରୀ ଷଷ୍ଠି ପ୍ରସାଦ ସୁନାନୀଙ୍କ ସଂଯୋଜନାରେ ଆୟୋଜିତ ଏହି ବୈଠକରେ ପ୍ରାଥମିକ କୃଷି ସମବାୟ ସମିତିର ସଭାନେତ୍ରୀ ମଞ୍ଜୁଳା ସାହୁ ଅଧ୍ୟକ୍ଷତା କରିଥିଲେ। ଚଳିତ ଖରିଫ ଚାଷ ପାଇଁ ସରକାର ଚାଷୀଙ୍କୁ ସମବାୟ ସମିତି ମାଧ୍ୟମରେ ଋଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଅନେକ ଚାଷୀ ଋଣ ପାଇବାରୁ ବଂଚିତ ହେଇଛନ୍ତି। ଯାହା ଭାବାନିପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ କଲମପୁର ଶାଖା ପକ୍ଷରୁ ଅବହେଳା କରାଯାଇଥିବା ସମିତିର ନିର୍ଦ୍ଦେଶକ ମାନେ ଅଭିଯୋଗ କରିଥିଲେ। ତେଣୁ ଏହାର ତୁରନ୍ତ ସମାଧାନ ପାଇଁ ସମିତି ପକ୍ଷରୁ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସହ ସମନ୍ୱୟ ରଖିବା ପାଇଁ ଆଲୋଚନା ହେଇଥିଲା। ଏହା ସହ ଡିସେମ୍ବର ପହିଲା ଠାରୁ ଖରିଫ ଧାନ ସଂଗ୍ରହ ପାଇଁ ମଣ୍ଡି ଖୋଲାଯିବ ତେଣୁ ଚାଷୀ କିଭଳି ସ୍ୱଚ୍ଛତାର ସହିତ ନିଜ ନିଜ ଧାନ ବିକ୍ରୟ କରିବେ ସେନେଇ ଏହି ବୈଠକରେ ଆଲୋଚନା ହେଇଥିଲା। ଏହି ସମବାୟ ସମିତି ଅଧିନସ୍ଥ ବଡକୁଟୃ, ଡଙ୍ଗରୀପଡ଼ା, ବିଜମରା ଏବଂ ଦୁଲକିବନ୍ଧ ମଣ୍ଡିରୁ ଧାନ ସଂଗ୍ରହ କରାଯାଉଛି। ଏହି ବୈଠକରେ ସମିତିର ଉପସଭାପତି ଅନିରୁଦ୍ଧ ନାଗ, ଗୋକୁଳ ଚନ୍ଦ୍ର ପାଣିଗ୍ରାହୀ, ନବୀନ ପାଢ଼ୀ, ଜୟନ୍ତ ନାଏକ, ଭାଷ୍କର ପାଣିଗ୍ରାହୀ, ସବିତା ନାଏକ, ସତ୍ୟବାନ ରାଉତ ପ୍ରମୁଖ ନିର୍ଦ୍ଦେଶକ ମାନେ ଉପସ୍ଥିତ ରହି ସମିତିର ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରି ନିଜ ନିଜ ମତ ଉପସ୍ଥାପନ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories