ଓଡ଼ିଶା ମାଷ୍ଟର୍ସ ବିଡବ୍ଲ୍ୟୁଏଫ ସୁପର ୧୦୦ ପ୍ରତିଯୋଗିତାରେ ଚମକିଲେ ଓଡ଼ିଆ ଝିଅ
କଟକ: ଓଡ଼ିଶା ମାଷ୍ଟରର୍ସ ବିଡବ୍ଲ୍ୟୁଏଫ ସୁପର୧୦୦ ପ୍ରତିଯୋଗିତାରେ ଚମକିଲେ ଓଡ଼ିଆ ଝିଅ। ପ୍ରଥମ ଯୁଗଳ ମ୍ୟାଚରେ ଭାରତୀୟ ଖେଳାଳି ଆରାଧନା ବାଲଚନ୍ଦ୍ର ଓ ମୁସ୍କାନ ଖାନଙ୍କ ବିପକ୍ଷରେ ଏହି ବିଜୟ ହାସଲ କରିଛନ୍ତି ଦୁଇ ଭଉଣୀ ଋତୁପର୍ଣ୍ଣା ଓ ଶ୍ୱେତପର୍ଣ୍ଣା ପଣ୍ଡା। ଜବାହରଲାଲ ଇନ୍ଡୋର ଷ୍ଟାଡିଅମରେ ଖେଳାଯାଇଥିବା ପ୍ରଥମ ଯୁଗଳ ପ୍ରତିଯୋଗିତା ବେଶ୍ ରୋମାଞ୍ଚକର ରହିଥିଲା। ପ୍ରଥମ ସେଟ୍ରୁ ଦେଖିବାକୁ ମିଳିଥିଲା ହାଇଭୋଲଟେଜ ମୁକାବିଲା। ପ୍ରଥମ ସେଟରେ ପଣ୍ଡା ଭଉଣୀ ୨୧-୧୪ ପଏଣ୍ଟ ହାସଲ କରିଥିଲାବେଳେ ଦ୍ୱିତୀୟ ସେଟ୍ ଆରମ୍ଭରୁ ଟପ୍ ରହିଥିଲା। ପ୍ରଥମରୁ ପଣ୍ଡା ଭଉଣୀଙ୍କୁ ପଛରେ ପକାଇଥିଲେ ଆରାଧନା ଓ ମୁସ୍କାନ। କିନ୍ତୁ ଧୈର୍ଯ୍ୟ ଓ ନିଷ୍ଠାର ସହ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିବା ପରେ ମ୍ୟାଚକୁ ସମାନ ୨୧-୧୪ ପଏଣ୍ଟ ସହ, ଏକ ପାଖିଆ ଢ଼ଙ୍ଗରେ ଦ୍ୱିତୀୟ ସେଟ୍କୁ ପୁଣି ଜିତି ନେଇଥିଲେ ଋତୁପର୍ଣ୍ଣା ଶ୍ୱେତପର୍ଣ୍ଣା। ଦୁଇଟି ସେଟ୍ରେ ବିଜୟ ଲାଭ କରିବା ପରେ ଏହି ମ୍ୟାଚରେ ବିଜୟୀ ହୋଇଥିଲେ ପଣ୍ଡା ଭଉଣୀ। ତେବେ ଘରୋଇ ମାଟିରେ ମ୍ୟାଚ ଖେଳିବା ଓ ବିଜୟ ଲାଭ କରିବା ଏକ ଗର୍ବର ବିଷୟ। ଆସନ୍ତାକାଲି ହେବାକୁ ଥିବା ବଡ଼ ମ୍ୟାଚ ପାଇଁ ଏହି ବିଜୟ ବେଶ୍ ମନୋବଳ ବୃଦ୍ଧି କରିଥିବା କହିଛନ୍ତି ଦୁଇ ଭଉଣୀ।
Comments are closed.