ରାଜ୍ୟ ବଜେଟ ଉପସ୍ଥାପିତ, ଅଭିବୃଦ୍ଧି ହାର ୭.୨୫%
ଡେସ୍କ: ବିଧାନସଭାରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି କାମଚଳା ବଜେଟ ଉପସ୍ଥାପନ କରିଛନ୍ତି। ନିର୍ବାଚନ ପୂର୍ବରୁ ଏହି କାମଚଳା ବଜେଟ ଉପସ୍ଥାପନ ହୋଇଥିବା ବେଳେ ନିର୍ବାଚନ ପରେ ନୂଆ ସରକାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଏହି ବଜେଟରେ ଅଭିବୃଦ୍ଧି ହାର ୭.୨୫% ରହିଥିବା ଦର୍ଶାଯାଇଥିବା ବେଳେ ଆସନ୍ତା ବର୍ଷ ଏହା ୮.୫% ହେବ ବୋଲି ଆକଳନ କରାଯାଇଛି। ଏହି ଅଭିବୃଦ୍ଧି ହାର ଜାତୀୟ ହାରଠାରୁ ୧% ଅଧିକ ରହିଛି। ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ଉପସ୍ଥାପନ କରିଥିବା ବଜେଟରେ ଦର୍ଶାଇଛନ୍ତି, ଜଳସେଚନ ଉପରେ ରାଜ୍ୟ ସରକାରଙ୍କ ଅଧିକ ଗୁରୁତ୍ୱ ଦେଉଛନ୍ତି। ୨୦୨୪-୨୫ରେ ୨୫ଟି ଇନଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର ନିର୍ମାଣ ପାଇଁ ୮୬୦ କୋଟି ଟଙ୍କାର ପ୍ରସ୍ତାବ ରହିଛି। ଏହା ଛଡା ପାର୍ବତୀଗିରି ଉଠା ଜଳସେଚନ ପ୍ରକଳ୍ପ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆସନ୍ତା ୫ ବର୍ଷ ମଧ୍ୟରେ ୧୦ ହଜାର ୭୫୯ କୋଟି ବ୍ୟୟରେ ୧୭୦ଟି ନୂଆ ପ୍ରକଳ୍ପ ନିର୍ମାଣ ହେବ। ଏଥିପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ୧ ହଜାର ୨୨୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ଚଳିତ କାମଚଳା ବଜେଟରେ ‘ମୁଖ୍ୟମନ୍ତ୍ରୀ ବାତ୍ୟା ପ୍ରତିରୋଧୀ ଲୁଣି ବନ୍ଧ ପ୍ରକଳ୍ପ’ ଅଧୀନରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ପୁରୀ ଜିଲ୍ଲାରେ ୧୯୪ କିଲୋମିଟର ଲୁଣି ବନ୍ଧ ସୁଦୃଢ କରିବାକୁ ୭୬୩ କୋଟି ବ୍ୟୟବରାଦ କରାଯାଇଛି ଓ ବନ୍ୟା ପ୍ରତିରୋଧୀ ବନ୍ଧ ନିର୍ମାଣ ପାଇଁ ୧ ହଜାର ୧୭୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବଜେଟ ଆଗତ କରି ଅର୍ଥ ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି, ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ଘୋଷଣା କରିଛି। ରାଜ୍ୟ ସରକାର ମିଲେଟ ଚାଷକୁ ଗୁରୁତ୍ୱ ଦେଉଥିବାରୁ ୫ ଲକ୍ଷରୁ ଅଧିକ ମିଲେଟ ଚାଷୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆସିଥିବା ସେ କହିଛନ୍ତି।
ଚଳିତ ବଜେଟରେ କୃଷି ପାଇଁ ପୂର୍ବବର୍ଷ ତୁଳନାରେ ୧୬.୬% ଅଧିକ ବ୍ୟୟବରାଦ କରାଯାଇଛି। କୃଷି ପାଇଁ ୨୮ ହଜାର ୯୪୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। କାଳିଆ ଯୋଜନାରେ ୬୨ ଲକ୍ଷ ୮୧ ହଜାର ଚାଷୀ ପରିବାରକୁ ଆର୍ଥିକ ସହାୟତା ଦିଆଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି। ରାଜ୍ୟ ବଜେଟରେ ମୋଟ ରାଜସ୍ୱ ଆୟ ୧ ଲକ୍ଷ ୮୫ ହଜାର ୫ ଶହ କୋଟି ଟଙ୍କା ଆକଳନ କରାଯାଇଥିବା ବେଳେ ମୋଟ ରାଜସ୍ୱ ବ୍ୟୟ ୧ ଲକ୍ଷ ୬୩ ହଜାର ୮୯ କୋଟି ଟଙ୍କା ଆକଳନ କରାଯାଇଛି। ସଂଶୋଧିତ ଆକଳନ ଅନୁସାରେ ୨୨ ହଜାର ୪୧୧ କୋଟି ରାଜସ୍ୱ ବଳକା ଓ ୨୪ ହଜାର ୯୮୨ କୋଟି ଟଙ୍କା ବିତ୍ତୀୟ ନିଅଣ୍ଟ ରହିବ।
୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୫୫ ହଜାର କୋଟିର ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ଏଥିରେ ନିର୍ବାଚନ ପାଇଁ କାମଚଳା ବଜେଟ ପରିମାଣ ହେଉଛି ୧ ଲକ୍ଷ ୧୮ ହଜାର କୋଟି।
କେଉଁ ବିଭାଗକୁ କେତେ ମିଳିଛି –
ସ୍ବରାଷ୍ଟ୍ର ବିଭାଗ: ୮୬୪୧.୨୭ କୋଟି
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ: ୬୯୫.୭୨ କୋଟି
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ: ୧୭୫୧.୪୪ କୋଟି
ଆଇନ ବିଭାଗ: ୯୧୫.୪୨ କୋଟି
ଅର୍ଥ ବିଭାଗ: ୬୬୩୨୧.୮୯ କୋଟି
ବାଣିଜ୍ୟ ବିଭାଗ: ୧୯୫.୮୯ କୋଟି
ନିର୍ମାଣ ବିଭାଗ: ୧୦୯୫୦.୦୦ କୋଟି
ଓଡିଶା ବିଧାନ ସଭା: ୮୫.୯୮ କୋଟି
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ: ୧୩୦୭.୭୫ କୋଟି
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ: ୨୪୭୬୪.୨୮ କୋଟି
ଅନିସୂଚିତ ଜନଜାତି ଓ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ: ୫୫୪୪.୧୮ କୋଟି
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ: ୧୯୭୨୯.୩୩ କୋଟି
ଗୃହ ନିର୍ମାଣ ଓ ପୌର ଉନ୍ନୟନ ବିଭାଗ: ୯୮୬୮.୩୮ କୋଟି
ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ: ୩୧୦.୨୨ କୋଟି
କ୍ରୀଡା ଓ ଯୁବସେବା ବିଭାଗ: ୧୩୦୪.୯୫ କୋଟି
ଯୋଜନା ଓ ସଂଯୋଜନ ବିଭାଗ: ୧୨୦୪୩.୪୪ କୋଟି
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ: ୨୨୫୪୩.୩୩ କୋଟି
ସାଧାରଣ ଅଭିଯୋଗ ଓ ପେନସନ୍ ପ୍ରଶାସନ: ୨.୮୦ କୋଟି
ଶିଳ୍ପ ବିଭାଗ: ୮୦୭.୬୩ କୋଟି
ଜଳ ସମ୍ପଦ ବିଭାଗ: ୧୩୨୬୭.୪୦ କୋଟି
ପରିବହନ ବିଭାଗ: ୩୦୯୬.୯୨ କୋଟି
ଜଙ୍ଗଲ, ପରିବେଶ ଓ ଜଳ ବାୟୁ ପରିବର୍ତନ: ୧୨୨୯.୩୧ କୋଟି
କୃଷି ଓ କୃଷକ ସଶକ୍ତିକରଣ ବିଭାଗ: ୭୯୨୩.୮୭ କୋଟି
ଇସ୍ପାତ ଓ ଖଣି ବିଭାଗ: ୪୬୪.୪୬ କୋଟି
ସୂଚନା ଓ ଲୋକସମ୍ପର୍କ ବିଭାଗ: ୧୪୫.୮୦ କୋଟି
ଅବକାରୀ ବିଭାଗ: ୨୩୦.୨୨ କୋଟି
ବିଜ୍ଞାନ ଓ ବୈଷୟିକ ବିଭାଗ: ୧୨୬.୦୬ କୋଟି
ଗ୍ରାମ୍ୟ ଉନ୍ନୟନ ବିଭାଗ: ୯୩୩୦.୦୦ କୋଟି
ସଂସଦୀୟ ବ୍ୟାପାର ବିଭାଗ: ୮୫.୦୪ କୋଟି
ଶକ୍ତି ବିଭାଗ: ୩୩୫୧.୭୨ କୋଟି
ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ: ୨୬୧.୮୬ କୋଟି
ପର୍ଯ୍ୟଟନ ବିଭାଗ: ୮୧୭.୯୫ କୋଟି
ମତ୍ସ୍ୟ ଓ ପ୍ରାଣି ସମ୍ପଦ ଉନ୍ନୟନ ବିଭାଗ: ୧୯୩୭.୬୫ କୋଟି
ସମବାୟ ବିଭାଗ: ୨୧୦୭.୯୯ କୋଟି
ସାଧାରଣ ଉଦ୍ୟୋଗ ବିଭାଗ: ୧୧.୫୪ କୋଟି
ମହିଳା ଓ ଶିଶୁ କଲ୍ୟାଣ ବିଭାଗ: ୫୦୧୫.୧୫ କୋଟି
ଇଲେକ୍ଟ୍ରୋନିକ୍ ଓ ସୂଚନା ପ୍ରଯୁକ୍ତିବିଦ୍ୟା: ୩୭୩.୬୦ କୋଟି
ଉଚ୍ଚ ଶିକ୍ଷା ବିଭାଗ: ୩୪୬୯.୮୩ କୋଟି
ଦକ୍ଷତା ବୃଦ୍ଧି ଓ ବୈଷୟିକ ଶିକ୍ଷା ବିଭାଗ: ୧୫୮୨.୭୬ କୋଟି
ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ: ୭୪୭.୧୫ କୋଟି
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ: ୪୬୯୮.୯୦ କୋଟି
ବିପର୍ଯ୍ୟୟ ପରିଚାଳନା ବିଭାଗ: ୩୯୭୦.୨୯ କୋଟି
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ: ୨୧୯.୮୨ କୋଟି
ମିଶନ ଶକ୍ତି ବିଭାଗ: ୨୭୬୦.୮୧ କୋଟି
ସର୍ବ ମୋଟ: ୨୫୫୦୦୦.୦୦ କୋଟି
Comments are closed.