www.samajalive.in
Saturday, December 6, 2025
23.1 C
Bhubaneswar

ରାଜ୍ୟ ବଜେଟ : କଟକ ବଡ଼ ମେଡିକାଲ ହେବ ୩୦୦୦ ଶଯ୍ୟା ବିଶିଷ୍ଟ ସମନ୍ବିତ ସ୍ବାସ୍ଥ୍ୟ ପ୍ରତିଷ୍ଠାନ

ଭୁବନେଶ୍ବର : ରାଜ୍ୟ  ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମଙ୍ଗଳବାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍‍ ଉପସ୍ଥାପନ କରିଛନ୍ତି। ଏଥିରେ କୃଷି, ଶିକ୍ଷା, ସ୍ବାସ୍ଥ୍ୟ ଓ ଗ୍ରାମ୍ୟ ଉନ୍ନୟନ ଉପରେ ଅଧିକ ଗୁରୁତ୍ବ ପ୍ରଦାନ କରାଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ   ବଜେଟ୍‍ର ମୋଟ୍  ଆକାର ୧ ଲକ୍ଷ ୫୦ ହଜାର କୋଟି ରହିଛି।

ତେବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରଥମେ ସ୍ବତନ୍ତ୍ର କୃଷି ବଜେଟ୍ ଆଗତ କରିଥିଲେ। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସ୍ବତନ୍ତ୍ର କୃଷି ବଜେଟ ସକାଶେ ୧୯,୪୦୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। କାଳିଆ ଯୋଜନାକୁ ଅଧିକ ଗୁରୁତ୍ବ ପ୍ରଦାନ କରାଯିବା ସହିତ ମାଛ ଛାଷ ଏବଂ ଗୋପାଳନ ପ୍ରତି ଅଧିକ ଧ୍ୟାନ ଦିଆଯାଇଛି।

- Advertisement -

ତେବେ ବଜେଟରେ ସାମଗ୍ରୀକ ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ବ ଦିଆଯାଇ ସ୍ବାସ୍ଥ୍ୟ ସେବା ପାଇଁ ୭,୭୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ଏହି ବଜେଟରେ ୧,୧୦୮ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ମେଡିକାଲ କଲେଜ ଗୁଡିକ ପାଇଁ ୫୬୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହସ୍ପିଟାଲକୁ ୩୦୦୦ ଶଯ୍ୟା ବିଶିଷ୍ଟ ଏମସ୍ ପ୍ଲସ ସମନ୍ବିତ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ପାଇଁ  ୨୦୨୦-୨୧ ବଜେଟରେ ୧୦୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

ସ୍ବାସ୍ଥ୍ୟ ସେବା ଏବଂ ଭିତ୍ତିଭୂମି ପାଇଁ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନ ପ୍ରତିଷ୍ଠା କରାଯିବ ଏବଂ ଏଥିପାଇଁ ୫୭୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ହୃଦରୋଗୀଙ୍କ ପାଇଁ ଓଡ଼ିଶା ହୃଦରୋଗ ଯତ୍ନ କାର୍ଯ୍ୟକ୍ରମ (ଓସିସି) ନାମରେ ନୂଆ ଯୋଜନା ସଂପର୍କରେ ବଜେଟରେ ଘୋଷଣା କରାଯାଇଛି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories