ଭୁବନେଶ୍ୱର: ପାଞ୍ଚ ଦିନ ପ୍ରଶ୍ନକାଳ ସ୍ୱାଭାବିକ ଚାଲିବା ପରେ ଆଜି ବିଧାନସଭା ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ କଂଗ୍ରେସ ପକ୍ଷରୁ ଗୃହରେ ପ୍ରବଳ ହଟ୍ଟଗୋଳ କରିଛନ୍ତି । ଫଳରେ ବାଚସ୍ପତି ସୁରମା ପାଢୀ ଗୃହକୁ ଦିନ ୧୧ଟା ୩୦ମିନିଟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ଆଜି ପ୍ରଶ୍ନକାଳ ଆରମ୍ଭ ହୋଇ ୧୭ମିନିଟ ଚାଲିଥିଲା । ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ବିଧାୟକମାନେ ନାରାବାଜି ଓ ହଟ୍ଟଗୋଳ ଆରମ୍ଭ କରିଥିଲେ । ବାଚସ୍ପତିଙ୍କ ପୋଡିୟମ ତଳେ କଂଗ୍ରେସ ବିଧାୟକ ମାନେ ନାରାବାଜି କରିବାରୁ ଗୃହକୁ ମୁଲତବୀ ଘୋଷଣା କରାଯାଇଛି ।
ଗତକାଲି ବେସରକାରୀ କାର୍ଯ୍ୟ ଦିବସରେ କଂଗ୍ରେସ ପକ୍ଷରୁ ଆଗତ ହେବାକୁ ଥିବା ସଂକଳ୍ପ ଓ ବିଲ ଉପସ୍ଥାପନ ପାଇଁ ସମୟ ନଦେବାରୁ ହଟ୍ଟଗୋଳ କରିଛନ୍ତି ବିଧାୟକ । ପରେ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି ହେବାରୁ ଦିନ ୧୧ଟା ୩୦ଯାଏଁ ମୁଲତବୀ କରାଯାଇଛି । ଏହାପରେ ଶୂନ୍ୟକାଳ ଆରମ୍ଭ ହେବ ।



