www.samajalive.in
Sunday, December 7, 2025
18.1 C
Bhubaneswar

ସୁଭଦ୍ରା ଯୋଜନାକୁ ନେଇ ନାରବାଜି; ଗୃହ ୧୧ଟା ୩୦ଯାଏଁ ମୁଲତବି

ଭୁବନେଶ୍ୱର: ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନରେ ଆଜି ଗୃହରେ ପୂର୍ବତନ ବିଧାୟକ ସ୍ୱଗର୍ତ ଅଶ୍ୱନୀ ଗୁରୁଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହୋଇଛି। ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାକୁ ସମର୍ଥନ ଜଣାଇଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ଓ କଂଗ୍ରେସ ବିଧାୟକ ଦଳ ନେତା। ଶୋକ ପ୍ରସ୍ତାବ ଆଗତ ପରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ବେଳେ ବିରୋଧୀ ସଦସ୍ୟମାନେ ହୋହାଲ୍ଲା କରିଥିଲେ। ସୁଭଦ୍ରା ଯୋଜନାରେ ଜାରି ହୋଇଥିବା ମାର୍ଗଦର୍ଶିକାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ବିଜେଡି ବିଧାୟକ ମାନେ ଗୃହର ମଧ୍ୟଭାଗରେ ଆସି ନାରାବାଜି କରିଥିଲେ। ଏଥିରେ କଂଗ୍ରେସ ବିଧାୟକମାନେ ମଧ୍ୟ ସାମିଲ ହୋଇଥିଲେ। ଫଳରେ ବାଚସ୍ପତି ଗୃହକୁ ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି।
ସୁଭଦ୍ରା ଯୋଜନାକୁ ନେଇ ସରକାର ଯେଉଁ ମାର୍ଗଦର୍ଶିକା ଜାରି କରିିଛନ୍ତି ସେଥିରୁ ଅନେକ ମହିଳା ବାଦ ପଡିବେ। ନିର୍ବାଚନ ବେଳେ ସବୁ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରି ୫୦ହଜାର ଟଙ୍କା ଯୋଗାଇ ଦେବାକୁ ବିଜେପି ପ୍ରତିଶ୍ରୁତି ଦେଇଥିଲା। ହେଲେ ଏବେ ସରକାରକୁ ଆସିବା ପରେ ପ୍ରତିଶ୍ରୁତି ପାଳନ କରୁନାହାଁନ୍ତି ସରକାର। ଏହି ଯୋଜନାରେ ସବୁ ରାଜ୍ୟର ମହିଳାଙ୍କୁ ସାମିଲ କରିବାକୁ ଦାବି କରିଛନ୍ତି ବିରୋଧୀ। ମିଛ କହି ଶାସନକୁ ଆସିଥିବାରୁ ଲୋକଙ୍କ ପାଖରେ ସ୍ୱୀକାର କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ। ମିଛ କଥା କହି ଭୋଟ ହାତେଇ ଥିବାରୁ ପ୍ରତି ଗାଁ, ପଞ୍ଚାୟତ, ଓ ବ୍ଲକ ସ୍ତରରେ ସଚେତନ କରିବ ବିଜେଡି।

 

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories