www.samajalive.in
Monday, December 8, 2025
24.1 C
Bhubaneswar

ବଢ଼ିପାରେ ବିଧାୟକ ମାନଙ୍କ ଦରମା; ଗୃହରେ ଉଠିଲା ଗସ୍ତ ଖର୍ଚ୍ଚ ସହ ଦରମା ବୃଦ୍ଧି ପ୍ରସଙ୍ଗ, ଏବେ ପାଉଛନ୍ତି ଏତିକି ଟଙ୍କା

ଭୁବନେଶ୍ୱର: ବଢ଼ିପାରେ ବିଧାୟକ ମାନଙ୍କ ଦରମା । ବିଧାୟକ ମାନଙ୍କ ଦରମା ବୃଦ୍ଧି ହୋବାନେଇ ବିଧାନସଭାରେ ପ୍ରସଙ୍ଗ ଉଠିଛି । ସୂଚନା ଅନୁଯାୟୀ ଶୂନ୍ୟକାଳରେ ଏହି ପ୍ରସଙ୍ଗ ବିଜେଡି, ବିଜେପି, କଂଗ୍ରେସ ଓ ସ୍ୱାଧୀନ ବିଧାୟକ ମାନେ ଉଠାଇଛନ୍ତି । ଏହାକୁ ନେଇ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି କିି, ଶେଷ ଥର ପାଇଁ ୨୦୧୭ ମସିହା ସେପ୍ଟେମ୍ବର ମାସ ୧୩ ତାରିଖରେ ବିଧାୟକ ମାନଙ୍କ ଦରମା ବୃଦ୍ଧି ପାଇଥିଲା । ଏହା ପରେ ଆଉ ବିଧାୟକ ମାନଙ୍କ ଦରମା ବୃଦ୍ଧି କରାଯାଇ ନାହିଁ ।

ବର୍ତ୍ତମାନ ବଜାରର ଦରଦାମ୍‍ ବୃଦ୍ଧି ପାଇଛି । ତେଣୁ ବିଧାୟକ ମାନଙ୍କ ଦରମା ସହ ଗସ୍ତ ଖର୍ଚ୍ଚ ବୃଦ୍ଧି କରାଯାଉ ବୋଲି ସେ କହିଛନ୍ତି । ଖାଲି ସେତିକି ନୁହେଁ ଅନ୍ୟ ରାଜ୍ୟର ବିଧାୟକ ମାନଙ୍କ ଦରମା ଆମ ରାଜ୍ୟର ବିଧାୟକ ମାନଙ୍କ ଠାରୁ ଅଧିକ ରହିଛି । ଓଡ଼ିଶାରେ ବିଧାୟକ ମାନେ ବର୍ତ୍ତମାନ ୯୯ହଜାର ୮ଶହ ଟଙ୍କା ଦରମା ପାଉଛନ୍ତି ବୋଲି ବିଧାନସଭାରେ କୁହାଯାଇଛି । ଏହାକୁ ନେଇ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ତାଙ୍କ ବିବୃତି ରଖିଛନ୍ତି । ସେ ମଧ୍ୟ ଦରମା ବୃଦ୍ଧି କରିବାକୁ ଦାବି କରିିଛନ୍ତି । ଅନ୍ୟପଟେ ପୂର୍ବତନ ବିଧାୟକ ମାନେ ମାସିକ ପେନସନ ୩୦ ହଜାର ଟଙ୍କା ପାଉଛନ୍ତି ।

- Advertisement -

ତେଣୁ ଉଭୟ ବିଧାୟକ ଓ ପୂର୍ବତନ ବିଧାୟକ ମାନଙ୍କ ଦରମା ବୃଦ୍ଧି କରାଯାଉ ବୋଲି କୁହାଯାଇଛି । ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ଦରମା ଓ ମେଡିକାଲ ସହ ପେନସନ ବୃଦ୍ଧି କରିବାକୁ ଦାବିି କରିଛନ୍ତି । ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ମଧ୍ୟ ଏହାକୁ ସମର୍ଥନ ଜଣାଇବା ସହ ବିଧାୟକ ମାନଙ୍କ ଦରମା ବୃଦ୍ଧି କରିବାକୁ କହିଛନ୍ତି ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories