www.samajalive.in
Thursday, December 11, 2025
13.1 C
Bhubaneswar

ଋଷର ସର୍ବୋଚ୍ଚ ଶୃଙ୍ଗ ଏଲବ୍ରସ୍ ଶିଖରରେ ଓଡିଆ ପୁଅ ସୌଭାଗ୍ୟ

ଡେସ୍କ :  ୟୁରୋପ ଓ ଋଷର ସର୍ବୋଚ୍ଚ ଶୃଙ୍ଗ ଏଲବ୍ରସ୍ ଶିଖର ଆରୋହଣ କରିଛନ୍ତି  ଓଡିଆ ପୁଅ ସୌଭାଗ୍ୟ କୁମାର ରଥ। ପ୍ରବଳ ଝଡ ତୋଫାନ ସତ୍ତ୍ବେ ଶିଖରରେ ପହଞ୍ଚି ତ୍ରିରଙ୍ଗା ଉଡାଇଛନ୍ତି ସୌଭାଗ୍ୟ । ଏଥିପାଇଁ ତାଙ୍କ ପାଖକୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି ।   ୟୁରୋପ୍‌ ଓ ରୁଷ୍‌ର ସର୍ବୋଚ୍ଚ ଶୃଙ୍ଗ ୧୮ହଜାର ୫୧୦ ଫୁଟ ଉଚ୍ଚ ମାଉଣ୍ଟ୍ ଏଲ୍‌ବ୍ରସ୍‌ ଆରୋହଣ କରିବାକୁ ସେ ଗତ ସପ୍ତାହରୁ ଯାତ୍ରା ଆରମ୍ଭ କରିଥିଲେ।

ନୟାଗଡ଼ ଜିଲ୍ଲାର ବାସିନ୍ଦା ସୌଭାଗ୍ୟ ରବିବାର ସକାଳ ପୂର୍ବାହ୍ନରେ ଏଲବ୍ରସ୍ ପର୍ବତରେ ପହଞ୍ଚିଥିଲେ। ଚାରି ରୁଷୀୟ ପର୍ବତାରୋହୀ, ଦୁଇ ଜଣ ଭାରତୀୟ ପର୍ବତାରୋହୀ ଏବଂ ତିନିଜଣ ପ୍ରଶିକ୍ଷକଙ୍କୁ ନେଇ ଏକ ଟିମ୍ ପ୍ରବଳ ତୁଷାରପାତ ଏବଂ ଅତ୍ୟଧିକ ଥଣ୍ଡା ସତ୍ତ୍ବେ ଏଲବ୍ରସ୍ ଶିଖରରେ ପହଞ୍ଚିଥିଲେ।

- Advertisement -

‘ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଯୋଗୁଁ, ମୁଁ ଏଲବ୍ରସ ଆରୋହଣ କରିଛି ।ଏଥିପାଇଁ ନିରନ୍ତର ସମର୍ଥନ ଦେଇଥିବା ନୟାଗଡ଼ ବିକାଶ ମଞ୍ଚ ଏବଂ ଆକାଶବାଣୀଙ୍କୁ ଶ୍ରୀ ରଥ କୃତଜ୍ଞତା ଜଣାଛନ୍ତି।’

ସେ ଗତ ୫ ତାରିଖରେ ଦିଲ୍ଲୀରୁ ମସ୍କୋ ଯାଇଥିଲେ। ଗତ ୮ ତାରିଖରେ ସେଏଲବ୍ରସ ପର୍ବତ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ।

ସୂଚନାଯୋଗ୍ୟ, ନିକଟରେ ନୟାଗଡ଼ ବିକାଶ ମଞ୍ଚ ଆନୁକୂଲ୍ୟରେ ଭୁବନେଶ୍ବରଠାରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ନୟାଗଡ଼ର ତିନିଜଣ ବିଶିଷ୍ଟ ବ୍ୟକ୍ତିତ୍ବ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ କରୁଣାକର ପଟ୍ଟନାୟକ, ଭାରତ ସରକାରଙ୍କ ପୂର୍ବତନ ମିଡିଆ ପରାମର୍ଶଦାତା ଓ ଡିଏଭିପିର ପୂର୍ବତନ ମହାନିର୍ଦେଶକ ତଥା ପିଆଇବିର ପୂର୍ବତନ ମୁଖ୍ୟ ମହାନିର୍ଦେଶକ ଡ. ଉମାକାନ୍ତ ମିଶ୍ର ଏବଂ ପ୍ରଥିତଯଶା ଲେଖକ ଦାଶ ବେନହୁର ଅତିଥି ଭାବେ ଯୋଗଦେଇ ସୌଭାଗ୍ୟଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories