www.samajalive.in
Saturday, December 6, 2025
19.1 C
Bhubaneswar

ପ୍ରଭୁ ଶ୍ରୀରାମଙ୍କୁ ବିଶ୍ୱାସ କରୁଥିଲେ ବାପୁଜୀ ଜାଣନ୍ତୁ ଏହା ସହ ଜଡ଼ିତ ଏକ ସୁନ୍ଦର କାହାଣୀ

ଗାନ୍ଧିଜୀ ସର୍ବଦା ପ୍ରଭୁ ଶ୍ରୀରାମଙ୍କୁ ବିଶ୍ୱାସ କରୁଥିଲେ। ଏପରି କରିବାର ଏକ ସୁନ୍ଦର ଓ ପ୍ରେରଣାତ୍ମକ କଥା ରହିଛି। ଜାଣନ୍ତୁ….
ଗାନ୍ଧିଜୀ ଅନ୍ଧାରକୁ ଖୁବ ଭୟ କରୁଥିଲେ। ଗୋଟିଏ ଦିନର କଥା। ରାତି ବହୁତ ହୋଇଯାଇଥିଲା। ଗାନ୍ଧିଜୀ ସେହି ସମୟରେ ବାଳକ ଥିଲେ। ସେ ଅନ୍ଧାର ଓ ଭୂତକୁ ନେଇ ସବୁବେଳେ ଖୁବ ଭୟ କରୁଥିଲେ। ବିଶେଷ କରି ଯେଉଁ ସମୟରେ ସେ ଏକୁଟିଆ ରହୁଥିଲେ ଓ ଅନ୍ଧାର ହୋଇଯାଉଥିଲା, ତାଙ୍କୁ ଏପରି ଅନୁଭବ ହେଉଥିଲା ଯେପରି ଭୂତ ତାଙ୍କର ନିକଟରେ ଅଛି। ଏକଦା ଖୁବ ଅନ୍ଧାର ଥିବା ସମୟରେ ଗାନ୍ଧିଜୀ ଭୟରେ ଗୋଟିଏ ଘରୁ ଅନ୍ୟ ଘରକୁ ଯାଉନଥିଲେ। ସେ ସାହସ କରି ଖୁବ ଭୟରେ ଗୋଟିଏ କକ୍ଷରୁ ଆଉ ଗୋଟିଏ କକ୍ଷକୁ ଯାଉଥିଲେ। ସେହି ସମୟରେ ତାଙ୍କ ଘରେ କାମ କରୁଥିବା ମହିଳା ଜଣଙ୍କ ନିଜେ ଠିଆ ହୋଇ ଏହି ସମସ୍ତ ଦୃଶ୍ୟକୁ ଦେଖୁଥିଲେ। ଓ ପଚାରିଲେ କ’ଣ ହେଲା ପୁଅ, ବୋଲି ହସି ପଚାରିଲେ। ଏହା ଶୁଣି ଗାନ୍ଧିଜୀ ଉତ୍ତର ଦେଲେ ମତେ ଖୁବ ଭୟ ଲାଗୁଛି। ଏହା ଶୁଣି ମହିଳା ଜଣଙ୍କ କହିଲେ କେଉଁ କାରଣରୁ ଭୟ କରୁଛ? ଏହା ଶୁଣି ଗାନ୍ଧିଜୀ ଉତ୍ତର ଦେଲେ ଦେଖନ୍ତୁ କେତେ ଅନ୍ଧାର, ମତେ ଭୂତକୁ ଖୁବ ଭୟ ଲାଗୁଛି। ଏହା ଶୁଣି ମହିଳା ଜଣଙ୍କ ଗାନ୍ଧିଜୀଙ୍କ ମଥାକୁ ଆଉଁସି କହିଲେ, ଭୟ କରିବାର କିଛି କାରଣ ନାହିଁ। ଯାହାକୁ ମଧ୍ୟ ଡ଼ର ଲାଗୁଛି ମୋ କଥା ମନ ଦେଇ ଶୁଣ। ମନରେ ସର୍ବଦା ପ୍ରଭୁ ରାମଙ୍କୁ ସ୍ମରଣ କର। କେହି ତୁମର କିଛି କ୍ଷତି କରିପାରିବେ ନାହିଁ। ପ୍ରଭୁ ସର୍ବଦା ତୁମର ରକ୍ଷା କରିବେ। ଏତିକି ଶୁଣି ଗାନ୍ଧିଜୀଙ୍କ ମନରେ ଖୁବ ବିଶ୍ୱାସ ଆସିଲା। ଏହା ତାଙ୍କୁ ସାହସ ଦେଲା ସେ ମନରେ ରାମ ନାମ ସ୍ମରଣ କରି ଗୋଟିଏ କକ୍ଷରୁ ଆଉ ଗୋଟିଏ କକ୍ଷକୁ ଗଲେ। ସେବେ ଠାରୁ ତାଙ୍କୁ ବିଶ୍ୱାସ ହୋଇଗଲା ପ୍ରଭୁ ନାମ ସ୍ମରଣ କଲେ ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ। ଏହି ବିଶ୍ୱାସ ହିଁ ଗାନ୍ଧିଜୀଙ୍କୁ ସାରା ଜୀବନ ଶକ୍ତି ଦେଇଥିଲା। ସେ ସର୍ବଦା ନିଜ ପାଟିରେ ପ୍ରଭୁ ରାମଙ୍କ ନାମ ନେଉଥିଲେ।

 

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories