www.samajalive.in
Wednesday, December 10, 2025
26.1 C
Bhubaneswar

ଓସିଏଲ୍‌: ଓଡ଼ିଶା ପାନ୍ଥର୍ସର କ୍ରମାଗତ ୨ୟ ବିଜୟ

କଟକ : ଓଡ଼ିଶା କ୍ରିକେଟ ଲିଗ୍‌ (ଓସିଏ) ଆନୁକୂଲ୍ୟରେ ଏମ୍‌ଜିଏମ୍‌ ଓଡ଼ିଶା କ୍ରିକେଟ୍‌ ଲିଗ୍ (ଓସିଏଲ୍‌) ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟରେ ମଙ୍ଗଳବାର ୩ୟ ଦିନରେ ବାରବାଟୀ ଷ୍ଟାଡିୟମ୍‌ରେ ଅପରାହଣ୍‌ରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍‌​‌େ​‌ର ଓଡ଼ିଶା ପାନ୍ଥର୍ସ ସହଜ ବିଜୟ ହାସଲ କରିଛି। ଓଡ଼ିଶା ଲାୟନ୍‌ସକୁ ୭ ୱିକେଟରେ ହରାଇ ପାନ୍ଥର୍ସ କ୍ରମାଗତ ୨ୟ ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ଓଡ଼ିଶା ଲାୟନ୍‌ସ କ୍ରମାଗତ ୨ୟ ପରାଜୟ ଭୋଗିଛି।

ମଙ୍ଗଳବାର ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ଲାୟନ୍‌ସକୁ ଓଡ଼ିଶା ପାନ୍ଥର୍ସ  ୭ ୱିକେଟରେ ପରାସ୍ତ କରିଛି। ଲାୟନ୍‌ସ ୨୦ ଓଭରରେ ୯ ୱିକେଟରେ ୧୨୫ ରନ୍ କରି ପାରିଥିଲା। ପରେ ଅଭିଷେକ ଯାଦବଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ୧୭.୩ ଓଭରରେ ୩ ୱିକେଟ ହରାଇ ପାନ୍ଥର୍ସ ବିଜୟୀ ହୋଇଥିଲା। ପାନ୍ଥର୍ସ ଟସ୍ ଜିତି ଫିଲ୍‌ଡିଂ ନେବା ପରେ ଲାୟନ୍‌ସ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଶୁଭ୍ରଜ୍ୟୋତି ମିଶ୍ର ୩, ସ୍ବସ୍ତିକ ସାମଲ ୯, ରାକେଶ ପଟ୍ଟନାୟକ ୧, ନୌତମ ଭଞ୍ଜ ୨ ଓ ଚିନ୍ମୟ ସାହୁ ବିନା ସ୍କୋର୍‌ରେ ଆଉଟ ହୋଇଥିଲେ। ୪୩ ରନ୍‌ରେ ୫ଟି ୱିକେଟ ପଡ଼ିବା ପରେ ଅଧିନାୟକ ସୁଜିତ ଲେଙ୍କା ୪ଟି ଚୌକା ସହ ୩୯ ରନ୍ କରିଥିଲେ। ଦୀପକ ବେହେରା ୨୭ ବଲ୍‌ରୁ ୨୩ ରନ୍ କରିଥିବା ବେଳେ ବିକାଶ ରାଉତ ୧୨ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ଅପରାଜିତ ୨୨ ରନ୍ କରିଥିଲେ। ଆଲୋକ ସାହୁ ୩ଟି ଏବଂ ବସନ୍ତ ମହାନ୍ତି ଓ ଜୟନ୍ତ ବେହେରା ୨ଟି ଲେଖାଏଁ ୱିକେଟ ପାଇଥିଲେ। ୧୨୬ ରନ୍‌ର ବିଜୟଲକ୍ଷ୍ୟକୁ ଓଡ଼ିଶା ପାନ୍ଥର୍ସ ସହଜରେ ପିଛା କରିଥିଲା। ଅଙ୍କିତ ସିଂହ ୧୫, ଆଲୋକ ସାହୁ ୧୦ ଓ ସିଦ୍ଧାନ୍ତ ଜେନା ୮ ରନ୍‌କରି ଆଉଟ ହୋଇଥିଲେ। ପରେ ବିନୀତ ମହାନ୍ତି ଓ ଅଭିଷେକ ଯାଦବ ଅବିଭାଜିତ ୪ର୍ଥ ୱିକେଟ ପାଇଁ ୮୯ ରନ୍ ଯୋଡ଼ି ଦଳକୁ ଜିତାଇଥିଲେ। ବିନୀତ ୨୩ ବଲ୍‌ରୁ ୨୧ ଏବଂ ଅଭିଷେକ ୪୫ ବଲ୍‌ରୁ ୨ଟି ଛକା ଓ ୭ଟି ଚୌକା ସହ ୬୯ ରନ୍‌କରି ଅପରାଜିତ ଥିଲେ। ଶିବାଶିଷ ସାହୁ ୨ଟି ୱିକେଟ ନେଇଥିଲେ। ଅଭିଷେକ ଯାଦବଙ୍କୁ ଓସିଏ ସଦସ୍ୟ ଡ. ଏସ୍.ଆର୍. ପରିଜା ପ୍ଲେୟର ଅଫ୍ ଦି ମ୍ୟାଚ୍‌ ପୁରସ୍କାର ପ୍ରଦାନ କରିଥିଲେ।

- Advertisement -

ସୋମବାର ୨ୟ ମ୍ୟାଚ୍‌ରେ ଲାୟନ୍‌ସକୁ ୪ ୱିକେଟରେ ଟାଇଗର୍ସ ପରାସ୍ତ କରିଥିଲା। ଲାୟନ୍‌ସ ୭ ୱିକେଟରେ ୧୩୨ ରନ୍ କରିଥିଲା। ପରେ ଅମିନ୍ ଖାଁଙ୍କ ଅର୍ଦ୍ଧଶତକ ବଳରେ ୨ଟି ବଲ୍‌ ବାକିଥାଇ ୬ ୱିକେଟ ହରାଇ ଟାଇଗର୍ସ ଜିତିଥିଲା। ଲାୟନ୍‌ସ ଓପ୍‌ନିଂ ଯୋଡ଼ିରେ ୪୯ ରନ୍‌ କରିଥିଲା। ଶୁଭ୍ରଜ୍ୟୋତି ମିଶ୍ର ୨୪ ଓ ସ୍ବସ୍ତିକ ସାମଲ ୨୧ ରନ୍‌ କରିଥିଲେ। ରାଜେଶ ପଟ୍ଟନାୟକ ୨୦ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୩ ରନ୍‌ କରିଥିଲେ। ଅଧିନାୟକ ସୁଜିତ ଲେଙ୍କା ୦, ବିଶ୍ବଭୂଷଣ ବିହାରୀ ୩, ଦୀପକ ବେହେରା ୨ ଓ ନୌତମ ଭଞ୍ଜ ୧୪ ରନ୍ କରିଥିଲେ। ବିକାଶ ରାଉତ ୨୩ ବଲ୍‌ରୁ ୨୪ ରନ୍‌ କରିଥିଲେ। ଟାଇଗର୍ସର ରାଜକିଶନ ପଟେଲ ୨ଟି ୱିକେଟ ପାଇଥିଲେ। ୧୩୩ ରନ୍ ଲକ୍ଷ୍ୟରେ  ଓଡ଼ିଶା ଟାଇଗର୍ସ ଆରମ୍ଭରୁ ବିପର୍ଯ୍ୟୟ ଭୋଗିଥିଲା। ଆୟୁଷ ନାୟକ ୦, ଦିବ୍ୟଶକ୍ତି ଚକ୍ରବର୍ତ୍ତୀ ୧୦, ଗିରିଜା ବାରିକ ୧୪, ଅଧିନାୟକ ଦେବାଶିଷ ସାମନ୍ତରାୟ ୩ ଓ ରାକେଶ ଗୋଛାୟତ ୭ ରନ୍‌କରି ଆଉଟ ହୋଇଥିଲେ। ଅମିନ୍ ଖାଁ ବିସ୍ଫୋରକ ବ୍ୟାଟିଂକରି ୩୪ ବଲ୍‌ରୁ ୫ଟି ଲେଖାଏଁ ଛକା ଓ ଚୌକା ସହ ୬୪ ରନ୍‌ କରିଥିଲେ। ରାଜକିଶନ ପଟେଲ ୧୫ ରନ୍‌ରେ ଅପରାଜିତ ରହି ଦଳକୁ ଜିତାଇଥିଲେ। ରାକେଶ ପଟ୍ଟନାୟକ ୨ଟି ୱିକେଟ ପାଇଥିଲେ। ଅମିନ୍ ଖାଁଙ୍କୁ ଓସିଏ ଯୁଗ୍ମ ସମ୍ପାଦକ ମେହ୍‌ତାବ ଖାଁ  ପ୍ଲେୟର ଅଫ୍ ଦି ମ୍ୟାଚ୍ ପୁରସ୍କାର ଦେଇଥିଲେ।

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories