ମେଲବୋର୍ଣ୍ଣ : ବକ୍ସିଂ ଡେ’ ଟେଷ୍ଟରେ ଅଷ୍ଟ୍ରେଲିଆ ଦଳର ବ୍ୟାଟସମ୍ୟାନ୍ମାନେ ଯେପରି ପ୍ରଦର୍ଶନ କରିଛନ୍ତି ତାହାକୁ ସମାଲୋଚନା କରିଛନ୍ତି ଏହି ଦଳର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ। ମେଲବୋର୍ଣ୍ଣରେ ଖେଳାଯାଇଥିବା ବକ୍ସିଂ ଡେ’ ଟେଷ୍ଟରେ ଭାରତ ବିଜୟୀ ହୋଇ ଟେଷ୍ଟ ସିରିଜ୍କୁ ୧-୧ରେ ବରାବର କରିବାରେ ସକ୍ଷମ ହୋଇଛି।
ନିଜ ପ୍ରତିକ୍ରିୟାରେ ପଣ୍ଟିଂ କହିଥିଲେ ଅଷ୍ଟ୍ରେଲିଆ ଦଳର ବ୍ୟାଟସମ୍ୟାନ୍ମାନେ ଯେପରି ପ୍ରଦର୍ଶନ କଲେ ତାହା ଅତ୍ୟନ୍ତ ନୈରାଶ୍ୟଜନକ। ତୃତୀୟ ଟେଷ୍ଟ ପାଇଁ ଓପନର୍ ଡେଭିଡ୍ ୱାର୍ଣ୍ଣରଙ୍କୁ ଏହି ଦଳରେ ସାମିଲ କରାଯିବା ଉଚିତ୍। ଏଥିସହ ସ୍ମିଥ୍ଙ୍କୁ ରନ୍ ସ୍କୋର କରିବାକୁ ପଡ଼ିବ। ଲାବୁସେନ୍ ଗତ ସିଜିନ୍ରେ ଯେପରି ବ୍ୟାଟିଂ କରିଥିଲେ ତାଙ୍କୁ ସେହି ଫର୍ମକୁ ଫେରିବାକୁ ପଡ଼ିବ। ୱାର୍ଣ୍ଣର ଅଷ୍ଟ୍ରେଲିଆ ଦଳକୁ ଫେରିଲେ ଜୋ ବର୍ନସ୍ ଦଳରୁ ବାଦ୍ ପଡ଼ିବା ନିଶ୍ଚିତ ବୋଲି ପଣ୍ଟିଂ ମତ ଦେଇଛନ୍ତି। ସେହିପରି ତୃତୀୟ ଟେଷ୍ଟରେ ମ୍ୟାଥୁ ୱେଡ୍ ଓପନର୍ ଭାବେ ନିଜ ସ୍ଥାନ ବଜାୟ ରଖିବେ କି ପ୍ୟୁକୋୱସ୍କି ଓ ହାରିସ୍ଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିବ ତାହା ଦେଖିବାକୁ ବାକି ରହିଲା ବୋଲି ପଣ୍ଟିଂ ଦର୍ଶାଇଛନ୍ତି।
ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ୍ଙ୍କୁ ପଣ୍ଟିଂଙ୍କ ସମାଲୋଚନା
Popular Categories



