www.samajalive.in
Monday, December 8, 2025
13.1 C
Bhubaneswar

ବଳାତ୍କାରୀ ଅଭିଯୁକ୍ତ ବିଶପ୍‍ଙ୍କ ଜାମିନ ଆବେଦନ ଖାରଜ; ୨୪ତାରିଖ ଯାଏଁ ହାଜତରେ ରହିବେ

କୋଚି : କେରଳୀ ନନ୍‍ଙ୍କୁ ବଳାତ୍କାର ଅଭିଯୋଗରେ ଶୁକ୍ରବାର ତ୍ରିପୁନିତୁରାଠାରେ ଗିରଫ  ବିଶପ୍‍ ଫ୍ରାଙ୍କୋ ମୁଲାକାଲଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ପରେ ତାଙ୍କୁ ଆସନ୍ତା ୨୪ ତାରିଖଯାଏ ହାଜତକୁ ପଠାଇ ଦିଆଯାଇଛି। ଶନିବାର ପାଲାସ୍ଥିତ ଅଦାଲତରେ ତାଙ୍କୁ ହାଜର କରାଯାଇଥିଲା। କେରଳ ପୁଲିସର ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସ୍‍ଆଇଟି) ଅଧିକ ପଚରାଉଚୁରା ପାଇଁ ତିନି ଦିନ ଜିମାରେ ନେବାକୁ ଆବେଦନ କରିଥିଲେ ମଧ୍ୟ ତାହାକୁ ବିଚାରପତି ଅଗ୍ରାହ୍ୟ କରିଦେଇଥିଲେ। ପୁଲିସ ତାଙ୍କୁ ଗିରଫ ପୂର୍ବରୁ ଦୁଇ ଦିନ କାଳ ପଚରାଉଚୁରା କରିସାରିଥିବାରୁ ଆଉ ହାଜତକୁ ପଠାଇବା ଆବଶ୍ୟକ ନାହିଁ ବୋଲି ମୁଲାକାଲଙ୍କ ଓକିଲ ଯୁକ୍ତି ଦର୍ଶାଇଥିଲାବେଳେ ବିଚାରପତି ଏହାକୁ ଗ୍ରହଣ ନକରି ଦୁଇ ଦିନ ପାଇଁ ହାଜତକୁ ପଠାଇଥିଲେ। ମୁଲାକାଲ ଶୁକ୍ରବାର ରାତିରେ କୋଚିରୁ କୋଟ୍ଟାୟମ ଆସିବା ପରେ କ୍ଳାନ୍ତ ଅନୁଭବ କରୁଥିବା ଓ ଛାତିରେ ଯନ୍ତ୍ରଣାଜନିତ ଅସୁସ୍ଥତା ଅନୁଭବ କରୁଥିବା ଅଦାଲତରେ ଦର୍ଶାଇବାରେ କୋଟ୍ଟାୟମ ମେଡିକାଲ କଲେଜରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। କୌଣସି ସ୍ୱାସ୍ଥ୍ୟ ସମସ୍ୟା ନ ଥିବା ପରୀକ୍ଷାରୁ ଜଣାପଡ଼ିବା ପରେ ତାଙ୍କୁ ହାଜତକୁ ନିଆଯାଇଛି।

Hot this week

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

Related Articles

Popular Categories