www.samajalive.in
Saturday, December 6, 2025
26.1 C
Bhubaneswar

କୁଏତରେ କମୁଛି ଭାରତୀୟ ଶ୍ରମିକ

ନୂଆଦିଲ୍ଲୀ: କୁଏତ ପରି ରାଷ୍ଟ୍ରରେ ଉଲ୍ଲେଖନୀୟ ଭାବେ ଭାରତୀୟ ଶ୍ରମିକଙ୍କ ସଂଖ୍ୟା ହ୍ରାସ ପାଉଛି। ତେବେ ଏହାର ପ୍ରଭାବ ଅନ୍ୟାନ୍ୟ ଆରବୀୟ ଦେଶ ଉପରେ ଦୃଶ୍ୟମାନ ହେଉ ନାହିଁ। ସରକାରୀ ସୁତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୫ରୁ ୨୦୧୭ମଧ୍ୟରେ କୁଏତରେ ବ୍ୟାପକ ମାତ୍ରାରେ ଭାରତୀୟ ଶ୍ରମିକଙ୍କ ସଂଖ୍ୟା କମିଯାଇଛି। ୨୦୧୫ରେ କୁଏତରେ ୭୦,୭୬୫ଜଣ ଭାରତୀୟ ଶ୍ରମିକ କାର୍ଯ୍ୟରତ ଥିବାବେଳେ ଏହି ସଂଖ୍ୟା ୨୦୧୭ରେ କମି ୩୮,୮୭୧ରେ ଯାଇ ପହଞ୍ôଚଛି।
ଭାରତ ସହ ଆରବୀୟ ଦେଶଗୁଡ଼ିକ ସହ ଶ୍ରମିକ ସର୍ମନିମ୍ନ ବେତନ ଓ ସେମାନଙ୍କ ସୁରକ୍ଷା ସମ୍ପର୍କିତ ଏମଓୟୁ ସ୍ୱାକ୍ଷରିତ ହୋଇଛି। ତେବେ ନୂତମ ଏମଓୟୁରେ ଶ୍ରମିକଙ୍କ ଆର୍ଥିକ ଓ ସ୍ୱସ୍ଥ୍ୟଗତ ଦିଗ ଉପରେ ପୂର୍ବାପେକ୍ଷା ଅଧିକ ଗୁରୁତ୍ୱ ଦିଆଯାଇଛି। ତେବେ ଆରବୀୟ ଦେଶକୁ ଯାଇଥିବା ପ୍ରାୟତଃ ଶ୍ରମିକ ଓ କର୍ମଚାରୀ ସିଙ୍ଗାପୁର ହୋଇ ଯାଉଛନ୍ତି। କାରଣ ଆରବୀୟ ଦେଶଗୁଡ଼ିକ ଭାରତରୁ ସିଧାସଳଖ ଶ୍ରମିକଙ୍କୁ ନିୟୋଜିତ କରିବା ଅପେକ୍ଷା ସିଙ୍ଗାପୁର ମାଧ୍ୟମରେ କର୍ମଚାରୀଙ୍କୁ ଅଧିକ ନିୟୋଜିତ କରୁଛନ୍ତି। ସିଙ୍ଗାପୁର ଓ ଆରବୀୟ ଦେଶ ମଧ୍ୟରେ ଆରବୀୟ ଦେଶ ମଧ୍ୟରେ ହୋଇଥିବା ଚୁକ୍ତି ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି। ଅପରପକ୍ଷରେ କୁଏତ ପରି ଦେଶରେ କର୍ମଚାରୀ ଓ ଶ୍ରମିକଙ୍କ ପରିବାରବର୍ଗଙ୍କ ପାଇଁ ଅଧିକ ଟିକସ ବ୍ୟବସ୍ଥା ଲାଗୁ କରିବାରୁ କ୍ରମଶଃ ଏଭଳି ଦେଶରେ କାର୍ଯ୍ୟ କରିବାକୁ ଭାରତୀୟ ଶ୍ରମିକ ଅରାଜି ହେଉଛନ୍ତି। ଆରବୀୟ ଦେଶ ସହ ଭାରତୀୟ କର୍ମଚାରୀଙ୍କ ମଧ୍ୟରେ ହୋଇଥିବା ଚୁକ୍ତିପତ୍ର ଶେଷ ହେବା ପରେ ଶ୍ରମିକ କୁଏତ ପରିବର୍ତ୍ତେ ଅନ୍ୟ କେଉଁ ଦେଶରେ କାର୍ଯ୍ୟ କରିବା ଉଚିତ ମଣୁଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories