www.samajalive.in
Saturday, December 6, 2025
26.1 C
Bhubaneswar

ଆଜି ନୁଆଁଖାଇ, ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେଲା ନବାନ୍ନ

ଡେସ୍କ: ଗଣପର୍ବ ନୂଆଁଖାଇ ଲାଗି ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ। ଆଜି ନିର୍ଦ୍ଧାରିତ ଲଗ୍ନ ୧୦ଟା ୩୭ ମିନିଟରେ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହୋଇଛି। ଏହି ଗଣପର୍ବ ଅବସରରେ ଚାଷୀମାନେ ଇଷ୍ଟ ଦେବଦେବୀଙ୍କୁ ନୂଆ ଫସଲ ଅର୍ପଣ କରୁଛନ୍ତି। ନୂଆଁଖାଇରେ ଘରେ ଘରେ ଲୋକେ ନୂଆ ଖାଇବେ।

ନୂଆଁଖାଇ ଏକ କୃଷିଭିତ୍ତିକ ପର୍ବ। ଏହି ପର୍ବ ପାଳନ କରିବା ଲାଗି ପରିବାର ବାହାରେ ରହୁଥିବା ସଦସ୍ୟମାନେ ଘରକୁ ଆସିଥାନ୍ତି। ସମସ୍ତେ ମିଶି ଏକାଠି ନୂଆ ଖାଇଥାନ୍ତି ଓ ତା ପରେ ଆରମ୍ଭ ହୁଏ ଭେଟଘାଟ କାର୍ଯ୍ୟକ୍ରମ। ଛୋଟମାନେ ଘରର ବଡମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଥାନ୍ତି। ଅବିଭକ୍ତ କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ ଓ ବଉଦ ଜିଲ୍ଲା ସମେତ କୋରାପୁଟର କେତେକ ଅଂଚଳ ଏବଂ ଛତିଶଗଡ ରାଜ୍ୟର ଦେଓଭୋଗ ସମେତ କେତେକ ଅଂଚଳରେ ଏହି ନୂଆଖାଇ ପର୍ବ ଖୁବ ଜାକଜମକରେ ପାଳିତ ହୋଇଥାଏ।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories